ରାଜ୍ୟ

Extra Marital Affair: ଦୁଇ ଛୁଆର ବାପ ସହ ଫେରାର ମାରିଲା ତିନି ଛୁଆର ମା’; ଥାନାରେ ମାମଲା, ଅଞ୍ଚଳରେ ଚର୍ଚ୍ଚା..

ସଇନ୍ତଳା,୨୪/୦୯: ଦୁଇ ଛୁଆର ବାପ ସହିତ ତିନି ଛୁଆର ମା’ ଫେରାର ମାରିଛନ୍ତି । ଏନେଇ ଫେରାର ମାରିଥିବା ମହିଳାଙ୍କ ସ୍ୱାମୀ ସୁବାସ ଦେବଗୁରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ଘଟଣା ଘଟିଛି ସଇନ୍ତଳା ଥାନା ଅଞ୍ଚଳରେ ।

ସଇନ୍ତଳା ଥାନା ଆଦିବାସୀପଡ଼ାର ଜଣେ ମହିଳା ନିଜ ତିନିଛୁଆକୁ ଛାଡ଼ି ଟିଟିଲାଗଡ଼ ଥାନା ଟିମନଭାଡ଼ି ଗ୍ରାମର ଜଣେ ଯୁବକଙ୍କ ସହ ଫେରାର ହୋଇଛନ୍ତି । ଅଭିଯୋଗ ଅନୁସାରେ, ଗତ ସୋମବାର ଚପଲ କିଣିବା ପାଇଁ ବଜାରକୁ ଯିବାକୁ କହି ମହିଳା ଜଣକ ଘରୁ ବାହାରିଥିଲେ । ପରେ ସେ ଟିଟିଲାଗଡ଼ ଥାନା ଟିମନଭାଡ଼ି ଗ୍ରାମର କ୍ରିଷ୍ଣା ମାଝିଙ୍କ ସହ କୁଆଡ଼େ ଫେରାର ମାରିଥିଲେ ବୋଲି ଅଭିଯାଗରେ ଦର୍ଶାଯାଇଛି । ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ମହିଳାଙ୍କ ସନ୍ଧାନ ମିଳିନଥିବା କୁହାଯାଇଛି ।

ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ତାଙ୍କର ତିନିଝିଅଙ୍କ ମଧ୍ୟରୁ ଜଣଙ୍କ ବିବାହ ସରିଛି । ଅନ୍ୟ ଦୁଇଛୁଆଙ୍କୁ ଛାଡ଼ି ମହିଳା ଜଣକ ଫେରାର ମାରିଥିବାରୁ ଅଞ୍ଚଳରେ ନାନା ଚର୍ଚ୍ଚା ଶୁଣିବାକୁ ମିଳୁଛି । ସେହିପରି ଫେରାର ମାରିଥିବା ଯୁବକଙ୍କ ମଧ୍ୟ ଦୁଇଟି ଛୁଆ ଥିବା ଜଣାପଡ଼ିଛି । ଫେରାର ମାରିଥିବା ମହିଳା ଏବଂ ଯୁବକଙ୍କ କୌଣସି ସମ୍ପର୍କ ରହିଛି ନାନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପୁଲିସର ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button