ରାଜ୍ୟ

Fake Robbery: ଚୋରିର ନାଟକ କରି ଫସିଗଲେ ସୁନା ଦୋକାନ କର୍ମଚାରୀ, ବାନ୍ଧିଲା ପୁଲିସ

କୋରାପୁଟ, ୧୮/୧୧: ମହଙ୍ଗା ପଡ଼ିଲା ନିଜେ ଚୋରି କରି ଚୋରି ହୋଇଥିବାର ନାଟକ କରିବା। ସୁନା ଦୋକାନ କର୍ମଚାରୀ ନିଜେ ୩୦ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଚୋରି କରି ଚୋରି ହୋଇଥିବାର ନାଟକ କରୁଥିଲେ। ହେଲେ ସେ ଏବେ ଧରାପଡ଼ିଯାଇଛନ୍ତି। କୋଟପାଡ଼ ସହରରେ ଥିବା ସାହିଲ ସୁନା ଦୋକାନରେ ସୁଜିତ କୁମାର ବାଘ କାମ କରୁଥିଲା। ଗତ ୧୩ ତାରିଖରେ ଦୋକାନ ମାଲିକ ସୁଜିତଙ୍କୁ ୨୧୧ଗ୍ରାମ ସୁନା ବିସ୍କୁଟ ନେଇ ନବରଙ୍ଗପୁରରେ କଟକରୁ ଆସିଥିବା ଗହଣା କାରିଗରକୁ ଦେବା ପାଇଁ କହିଥିଲେ।

ବାଇକ ଯୋଗେ ସୁଜିତ ନବରଙ୍ଗପୁର ମଧ୍ୟ ବାହାରିଥିଲେ। ତେବେ ଯିବା ବେଳେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସୁନା ବିସ୍କୁଟ ଝାମ୍ପି ନେଇଥିବା ସୁଜିତ ନିଜେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ସୁନା ଦୋକାନ ମାଲିକ ସୁଜିତଙ୍କ ଉପରେ ସନ୍ଦେହ କରି ବୋରିଗୁମ୍ମା ଥାନାରେ ଏତଲା ଦେଇଥିଲେ। ସନ୍ଦେହଘେରକୁ ଆସିବା ପରେ ପୁଲିସ ସୁଜିତଙ୍କ ଘରକୁ ଯାଇ ତନାଘନା କରିଥିଲା। ଆଉ ସୁଜିତ ନିଜେ ସୁନା ବିସ୍କୁଟ ଲୁଚାଇ ରଖିଥିବା ମାନିଥିଲା। ପୁଲିସ ସୁନା ବିସ୍କୁଟ ଜବତ କରିବା ସହ ସୁଜିତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button