ରାଜ୍ୟ
Fake SIM Cards ସାଇବର ଠକଙ୍କୁ ସିମ୍ କାର୍ଡ, ମାମଲା ରୁଜୁ, ଅଭିଯୁକ୍ତ ପିଓଏସ୍ ଏଜେଣ୍ଟ ଫେରାର୍
ଭଦ୍ରକ ତିହିଡ଼ିରେ ଜାଲ୍ ତଥ୍ୟରେ ୯ଟି ସିମ୍ କାର୍ଡ ଜାରି ଅଭିଯୋଗରେ ପିଓଏସ୍ ଏଜେଣ୍ଟଙ୍କ ବିରୋଧରେ ମାମଲା। ସିମ୍ଗୁଡ଼ିକ ସାଇବର ଠକେଇରେ ବ୍ୟବହୃତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

ଭଦ୍ରକ: ନିୟମାନୁସାରେ, ଆଧାରକାର୍ଡ ଓ ବାୟୋମେଟ୍ରିକ୍ ଯାଞ୍ଚ ପରେ ସିମ୍କାର୍ଡ ପ୍ରଦାନ କରିବା କଥା, କିନ୍ତୁ ଜାଲ ତଥ୍ୟ ଦାଖଲ କରି ସିମ୍କାର୍ଡ ପ୍ରଦାନ କରାଯାଉଛି। ଏହି ସିମ୍କାର୍ଡକୁ ବ୍ୟବହାର କରି ସାଇବର ଅପରାଧୀମାନେ ନିଜର ଅପରାଧ ଚଳାଉଛନ୍ତି। ଭଦ୍ରକ ତିହିଡ଼ି ଥାନା ଅଞ୍ଚଳରୁ ଏଭଳି ଏକ ଅପରାଧରେ ଭୁଲ୍ତଥ୍ୟରେ ସିମ୍କାର୍ଡ ପ୍ରଦାନ କରିଥିବା ଜଣେ ପିଓଏସ୍ ଏଜେଣ୍ଟ୍ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।
ସୌଜନ୍ୟ ସମ୍ବାଦ




