ରାଜ୍ୟ

Vigilance Trap ମଧ୍ୟାହ୍‌ଣ ଭୋଜନ ବିଲ୍‌ ପାଇଁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ମାଡ଼ିବସିଲା ଭିଜିଲାନ୍ସ

ବାଲିପାଟଣା ଗୁଆପୁର ସ୍କୁଲର ପ୍ରଧାନଶିକ୍ଷକ ଏସ୍‌ କେ ରିଆଜ ଅଲ୍ଲୀ ମଧ୍ୟାହ୍ନ ଭୋଜନ ବକେୟା ବିଲ୍‌ ପାଇଁ ₹୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଲାଞ୍ଚ ଟଙ୍କା ଜବତ।

ବାଲିପାଟଣା:  ବାଲିପାଟଣା ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନ ଗୁଆପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍ କେ ରିଆଜ ଅଲ୍ଲୀଙ୍କୁ ଭିଜିଲାନ୍ସ ଗିରଫକରିଛି। ତାଙ୍କ ଠାରୁ ରଙ୍ଗବୋଳା ୧୫ ହଜାର ଟଙ୍କା ଭିଜିଲାନ୍ସ ଟିମ ଜବତ କରିଛି। ମଧ୍ୟାହ୍ନ ଭୋଜନର ବକେୟା ବିଲ୍‌ କରିଦେବାକୁ ଲାଞ୍ଚ ଭାବେ ଏହି ଟଙ୍କା ନେଉଥିଲେ। ଏହାପରେ ଭିଜିଲାନ୍‌ସ ଟିମ୍‌ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ଯ୍ୟାଳୟ ଓ ବାସଗୃହରେ ଚଢ଼ାଉ କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button