ଦେଶ ବିଦେଶ
Flydubai Co-pilot: ‘ଫ୍ଲାଇଦୁବାଇ’ କକପିଟ୍ ଆକ୍ରମଣ ଘଟଣା: ଆକ୍ରମଣକାରୀ ଓମାନୀ ସହ-ପାଇଲଟଙ୍କୁ ୟୁଏଇକୁ ହସ୍ତାନ୍ତର କଲା ସାଉଦି ଆରବ
ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ''ଫ୍ଲାଇଦୁବାଇ'' ବିମାନର କକପିଟରେ ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନ କ୍ରାସ୍ କରିବାକୁ ଚେଷ୍ଟା କରିଥିବା ଅଭିଯୁକ୍ତ ଓମାନୀ ସହ-ପାଇଲଟଙ୍କୁ ସାଉଦି ଆରବ ସରକାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି।

ରିୟାଧ/ଆବୁଧାବି: ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ”ଫ୍ଲାଇଦୁବାଇ” ବିମାନର କକପିଟରେ ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନ କ୍ରାସ୍ କରିବାକୁ ଚେଷ୍ଟା କରିଥିବା ଅଭିଯୁକ୍ତ ଓମାନୀ ସହ-ପାଇଲଟଙ୍କୁ ସାଉଦି ଆରବ ସରକାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ବୁଧବାର ସାଉଦି ଆରବର ତବୁକ୍ ସହରରେ ବିମାନଟି ଜରୁରୀକାଳୀନ ଅବତରଣ କରିବା ପରେ ସାଉଦି ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ଏବଂ ୟୁଏଇର ସୁରକ୍ଷା ଟିମ୍ ମିଳିତ ଭାବେ ପ୍ରାଥମିକ ତଦନ୍ତ କରିଥିଲେ। ତଦନ୍ତ ସମୟରେ ସହ-ପାଇଲଟ୍ ଜଣକ କ୍ୟାପ୍ଟେନଙ୍କୁ ଛୁରୀଆଘାତ କରି ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଥିଲା। ଉଭୟ ପାଇଲଟଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଡାକ୍ତରୀ ମଞ୍ଜୁରୀ ମିଳିବାରୁ ଗୁରୁବାର ସକାଳେ ସେମାନଙ୍କୁ ଆବୁଧାବି ପଠାଇ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




