ଦେଶ ବିଦେଶ

Gyanesh Kumar: ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ ଆଣିଲେ ପୂର୍ବତନ ଆଇଏଏସ୍‌ ନେତୃତ୍ବାଧୀନ ପ୍ରତିନିଧି ଦଳ

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଜନତା ମହାଭିଯୋଗ ନୋଟିସ୍’ ଆଣିଛନ୍ତି ପୂର୍ବତନ ପ୍ରଶାସନିକ ସେନା ଅଧିକାରୀଙ୍କ ନେତୃତ୍ୱାଧୀନ ଏକ ପ୍ରତିନିଧି ଦଳ।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଜନତା ମହାଭିଯୋଗ ନୋଟିସ୍’ ଆଣିଛନ୍ତି ପୂର୍ବତନ ପ୍ରଶାସନିକ ସେନା ଅଧିକାରୀଙ୍କ ନେତୃତ୍ୱାଧୀନ ଏକ ପ୍ରତିନିଧି ଦଳ। ପ୍ରତିନିଧି ଦଳ କହିଛି ଯେ, ସେମାନେ ମହାଭିଯୋଗ ନୋଟିସ ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିବାକୁ ଚାହୁଥିଲେ, କିନ୍ତୁ ଦିଲ୍ଲୀ ପୁଲିସ ସେମାନଙ୍କୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବାକୁ ଦେଇ ନଥିଲା।

ପ୍ରତିନିଧି ଦଳରେ ପୂର୍ବତନ ପ୍ରଶାସନିକ ଅଧିକାରୀ, କୂଟନୀତିଜ୍ଞ, ନାଗରିକ ସମାଜ କର୍ମୀ ଓ ରାଜନୈତିକ ପ୍ରତିନିଧି ସାମିଲ ହୋଇଛନ୍ତି, ଯେଉଁଥିରେ ଦିଲ୍ଲୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ, ପୂର୍ବତନ କେନ୍ଦ୍ର ଗୃହ ସଚିବ ଜି.କେ. ପିଲ୍ଲାଇ, ପୂର୍ବତନ ରାଷ୍ଟ୍ରଦୂତ ଅଶୋକ ଶର୍ମା, ପୂର୍ବତନ ଇଣ୍ଟେଲିଜେନ୍ସ ବ୍ୟୁରୋ ସ୍ୱତନ୍ତ୍ର ନିର୍ଦ୍ଦେଶକ ଯଶୋବର୍ଦ୍ଧନ ଆଜାଦ, ପୂର୍ବତନ ପ୍ରଶାସନିକ ସେବା ଅଧିକାରୀ ଆଶିଷ ଜୋଶୀ, କର୍ମୀ ଅଞ୍ଜଳି ଭରଦ୍ୱାଜ ଓ ରାଜନୈତିକ କର୍ମୀ ଯୋଗେନ୍ଦ୍ର ଯାଦବ ସାମିଲ ଅଛନ୍ତି।ତାଲିକାଭୁକ୍ତଅନ୍ୟ ସ୍ୱାକ୍ଷରକାରୀଙ୍କ ମଧ୍ୟରେ ଐଶେ ଘୋଷ, ଏନ ସାଇ ବାଲାଜୀ, ଦିନେଶ ଶ୍ରୀରଙ୍ଗରାଜନ, ସନ୍ଦୀପ ଯାଦବ, ଅମ୍ରିତା ଜୋହରି ଓ ଅଞ୍ଜଳି ଅନ୍ତର୍ଭୁକ୍ତ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button