ରାଜ୍ୟ

Heli-Taxi Service : ହେଲି ଟ୍ୟାକ୍ସି ସେବା ପରୀକ୍ଷଣକୁ ବିତିଲା ୮ ମାସ, ବାରିପଦା-ଭୁବନେଶ୍ୱର ହେଲିଟ୍ୟାକ୍ସି ସେବା କେବେ

ବାରିପଦା,୬\୧୦: ଭୁବନେଶ୍ୱରରୁ ବାରିପଦା ପୁଣି ବାରିପଦାରୁ ଭୁବନେଶ୍ୱର ହେଲିଟ୍ୟାକ୍ସି ସେବା ଆରମ୍ଭ ହେବ ବୋଲି ଗତ ଫେବ୍ରୁଆରୀ ୨୪ରେ ବାରିପଦା ପୁଲିସ୍ ପଡିଆଠାରେ ସଫଳ ଟ୍ରାଏଲ୍ ରନ୍ର ପରୀକ୍ଷଣ ହୋଇଥିଲା । ଏହି ସେବା ଦ୍ୱାରା ବିଶ୍ୱ ଐତିହ୍ୟ ମାନ୍ୟତାପ୍ରାପ୍ତ ପ୍ରକୃତି ସୁନ୍ଦରୀ ଶିମିଳିପାଳକୁ ବୁଲି ଆସିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ସମେତ ମୟୂରଭଞ୍ଜବାସୀ ବିଶେଷ ଉପକୃତ ହେବେ ବୋଲି ନୂଆ ଆଶା ସଂଚାର ହେଲା । ହେଲେ ସଫଳ ଟ୍ରାଏଲ୍ ରନ୍କୁ ଇତି ମଧ୍ୟରେ ୮ ମାସ ବିତିବାକୁ ଯାଉଥିବାବେଳେ ଏ ଯାଏଁ ଏହି ସେବା ଆରମ୍ଭ ହୋଇପାରିଲା ନାହିଁ । ଏହି ସେବା ପାଇଁ ପବନ ହଂସ କଂପାନୀ ସହିତ ହୋଇଥିବା ଏମ୍ଓୟୁ ଏବେ ଅନିଶ୍ଚିତତାର ବ୍ଲାକହୋଲ୍ ଭିତରକୁ ପଶି ଉଭାନ୍ ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରୀ ୨୫ରେ ପବନ ହଂସ କଂପାନୀର ୬ ସିଟ୍ ବିଶିଷ୍ଟ ହେଲିକେପ୍ଟର ଭୁବନେଶ୍ୱରରୁ ଉଡାଣ ଭରି ବାରିପଦା ପୁଲିସ୍ ପଡିଆରେ ପହଞ୍ଚି ଏଠାରୁ ମଧ୍ୟ ସଫଳ ଟ୍ରାଏଲ୍ ରନ୍ କରାଯାଇଥିଲା । ଚୁକ୍ତି ଅନୁଯାୟୀ ମାର୍ଚ୍ଚ ପ୍ରଥମ ସପ୍ତାହରୁ ମାସକୁ ୪ ରୁ ୫ ଥର ବାରିପଦା ପୁଲିସ୍ ଲାଇନ୍ ହେଲିପ୍ୟାଡରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଉଡାଣ କରିବା ନେଇ ଘୋଷଣା କରାଯାଇଥିଲା । ଏହି ସେବା ଦ୍ୱାରା ମୟୂରଭଞ୍ଜର ଶିମିଳିପାଳ, ବରେହିପାଣି, ଯୋରନ୍ଦା ଆଦି ପର୍ଯ୍ୟଟନସ୍ଥଳୀକୁ ଅଧିକ ପର୍ଯ୍ୟଟକ ଆସିବା ସହ ଜିଲ୍ଲାର ପର୍ଯ୍ୟଟନ ବିକାଶକୁ ଗତି ମିଳିବ ବୋଲି ଆଶା କରାଯାଇଥିଲା । ହେଲେ ଯୋଜନା ଅନୁଯାୟୀ ସେବା ଆଗେଇ ପାରିନାହିଁ । ସେବା ଆରମ୍ଭ ହେବା ପରେ ପ୍ରାୟ ୮ ମାସ ମଧ୍ୟରେ ଏହା ବନ୍ଦ ହୋଇଯାଇଥିବା ଚର୍ଚ୍ଚା ହେଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button