ରାଜ୍ୟ

Kidnapping Drama: ବଞ୍ଚାଅ..ବଞ୍ଚାଅ..ମତେ ଟେକିନେଲେ…ଅଟୋରେ ଯୁବତୀଙ୍କୁ ଜବରଦସ୍ତି ନେଉଥିଲେ ୨ ଜଣ ଯୁବକ, ଜାଣନ୍ତୁ ସତ କ’ଣ ?

ଭୁବନେଶ୍ୱର,୧୮/୧୧; ମତେ ଟେକିନେଲେ… ବଞ୍ଚାଅ… ବଞ୍ଚାଅ… । ବରମୁଣ୍ଡା ବସଷ୍ଟାଣ୍ଡ ବାହାରେ ଚଳନ୍ତା ଅଟୋରିକ୍ସା ଭିତରୁ ଏମିତି ଚିତ୍କାର କରୁଥିଲେ ଜଣେ ଯୁବତୀ । ଭେଁ ଭେଁ ହୋଇ କାନ୍ଦୁଥିଲେ ବି । ୨ ଜଣ ଯୁବକ ଅଟୋରିକ୍ସା ପଛ ସିଟ୍‌ରେ ଯୁବତୀଙ୍କୁ ଜବରଦସ୍ତି ମାଡି ବସିଥିଲେ । ଆଉ ଏନ୍‌ଏଚ୍‌-୧୬  ଅଭିମୁଖେ ଦ୍ରୁତଗତିରେ ମାଡି ଚାଲିଲା ଅଟୋରିକ୍ସା ।   ଏହା ଦେଖି ସ୍ଥାନୀୟ ବାସିନ୍ଦା ଓ ବସ ଯାତ୍ରୀ ପୁରା  ଆଚମ୍ବିତ । ସର୍ବସାଧାରଣ ସ୍ଥାନରେ ଜଣେ ଯୁବତୀଙ୍କୁ  ଅପହରଣ କରାଯାଉଥିବା ଦେଖି ସହିପାରିଲେନି । କିଛି  ଯାତ୍ରୀ ଧାଇଁ ଧାଇଁ ଅଟୋରିକ୍ସାକୁ ପିଛା କଲେ । କୋଷେ  ଦୂରରେ ଅଟକାଇଲେ ବି । ଆଉ  ଯୁବତୀଜଣକ ଚଳନ୍ତା  ଅଟୋରିକ୍ସାରୁ ଛାଟିପିଟି ହୋଇ ବାହାରିଗଲେ । ସଙ୍ଗେ ସଙ୍ଗେ ବସଷ୍ଟାଣ୍ଡର ସୁରକ୍ଷାକର୍ମୀ  ଘଟଣାସ୍ଥଳରେ ପହଞ୍ଚିଲେ । ୨ ଅପହରଣକାରୀଙ୍କୁ  ତୁରନ୍ତ ହେପାଜତକୁ ନେବାକୁ ଚେଷ୍ଟା କଲେ । କିନ୍ତୁ, ଅପହରଣକାରୀଦ୍ୱୟ ଯୁବତୀଙ୍କୁ ଛାଡିବାକୁ ନାରାଜ ।

ସୁରକ୍ଷାକର୍ମୀ, ବସ ଯାତ୍ରୀ ଯେତେ ଚେଷ୍ଟା କଲେ ବି  ଯୁବତୀଙ୍କୁ ଛଡ଼ାଇବାରେ ବିଫଳ ହେଲେ । ଶେଷରେ ଅପହରଣକାରୀ-ଉଦ୍ଧାରକାରୀଙ୍କ ଭିତରେ ହାତାହାତି  ପରିସ୍ଥ ିତି ଉପୁଜିଲା । ଏହା କୌଣସି  ସିନେମାର ଦୃଶ୍ୟ ନୁହେଁ । ସୋମବାର  ସନ୍ଧ୍ୟା ସାଢ଼େ ୬ଟାରେ ବରମୁଣ୍ଡା ବସଷ୍ଟାଣ୍ଡ ଭଳି ଜନଗହଳିପୂର୍ଣ୍ଣ  ଜାଗାରେ ଜଣେ ଯୁବତୀଙ୍କୁ ଏଭଳି ଅପହରଣକୁ ନେଇ ହଟଚମଟ  ଖେଳିଗଲା । ୨ ଅପହରଣକାରୀ ନିଜକୁ  ଯୁବତୀଙ୍କ ସମ୍ପର୍କୀୟ ଭାଇ ବୋଲି  ଦର୍ଶାଇଥିଲେ । ଯୁବତୀଙ୍କୁ ଘରକୁ ନେବାକୁ  ଚେଷ୍ଟା କରୁଥିବା ସଫେଇ ଦେଲେ ।  ହେଲେ, କଥାଟି କାହାରିକୁ ହଜମ  ହେଲାନି । ଶେଷରେ ବସଷ୍ଟାଣ୍ଡ ଫାଣ୍ଡି ପୁଲିସକୁ ଡକାଗଲା ।

ପୁଲିସ ଘଟଣାସ୍ଥଳରୁ ୨ ଅପହରଣକାରୀ  ଓ ଯୁବତୀଙ୍କୁ ଫାଣ୍ଡିକୁ ନେଲା । ସେଠାରେ ପଚରାଉଚରାରୁ  ଅପହରଣ ପଛର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା ।  ୨ ଯୁବକ ଓ ଯୁବତୀ ହେଉଛନ୍ତି ଭାଇ-ଭଉଣୀ ।  ସେମାନଙ୍କ ବାସସ୍ଥାନ ହେଉଛି ଆଣ୍ଡାମାନ-ନିକୋବରର  ବିଜୟ ପୁରମ୍‌ ଅଞ୍ଚଳରେ । ଯୁବତୀଜଣକ ଓଡିଶାର ଜଣେ  ଯୁବକଙ୍କୁ ଭଲ ପାଉଥିଲେ । ପ୍ରେମ ବିବାହ ପାଇଁ ପରିବାର  ଲୋକ ଅରାଜି ହେବାରୁ ପ୍ରେମୀଯୁଗଳ ଖସି ପଳାଇବାକୁ  ଯୋଜନା ପାଞ୍ଚିଲେ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button