ଦେଶ ବିଦେଶ

Legislative Privileges: ବିଧାନସଭାର ବିଶେଷାଧିକାର ବନାମ ମୁକ୍ତ ଅଭିବ୍ୟକ୍ତି: ୭ ଜଣିଆ ସାମ୍ବିଧାନିକ ପୀଠରେ ମାମଲା ବନ୍ଦ ହେଲା

ବିଧାନସଭାର ବିଶେଷାଧିକାର ଏବଂ ମୁକ୍ତ ଭାବେ କଥା କହିବାର ମୌଳିକ ଅଧିକାର ମଧ୍ୟରେ ବିବାଦକୁ ନେଇ ସୁପ୍ରିମ୍‌କୋର୍ଟର ୭ ଜଣିଆ ସାମ୍ବିଧାନିକ ପୀଠରେ ଚାଲିଥିବା ମାମଲାକୁ ମଙ୍ଗଳବାର ବନ୍ଦ କରିଦିଆଯାଇଛି। ୨୦୦୩ରେ ତାମିଲନାଡ଼ୁ ବିଧାନସଭା ପକ୍ଷରୁ ପାରିତ ହୋଇଥିବା...

ନୂଆଦିଲ୍ଲୀ:ବିଧାନସଭାର ବିଶେଷାଧିକାର ଏବଂ ମୁକ୍ତ ଭାବେ କଥା କହିବାର ମୌଳିକ ଅଧିକାର ମଧ୍ୟରେ ବିବାଦକୁ ନେଇ ସୁପ୍ରିମ୍‌କୋର୍ଟର ୭ ଜଣିଆ ସାମ୍ବିଧାନିକ ପୀଠରେ ଚାଲିଥିବା ମାମଲାକୁ ମଙ୍ଗଳବାର ବନ୍ଦ କରିଦିଆଯାଇଛି। ୨୦୦୩ରେ ତାମିଲନାଡ଼ୁ ବିଧାନସଭା ପକ୍ଷରୁ ପାରିତ ହୋଇଥିବା ଏକ ପ୍ରସ୍ତାବକୁ ୨୦୦୪ରେ ପ୍ରତ୍ୟାହାର କରି ନିଆଯାଇଥିବାରୁ ଏହି ମାମଲା ଏବେ ‘ଅର୍ଥହୀନ’ ବୋଲି ପୀଠ କହିଛନ୍ତି।

ଗିରଫ କରିବାକୁ ନିର୍ଦ୍ଦେଶ

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପୀଠରେ ବିଚାରପତି ଅରବିନ୍ଦ କୁମାର, ପିକେ ମିଶ୍ର, ଜୟମାଲ୍ୟ ବାଗଚୀ, ବିପୁଲ ପାଞ୍ଚୋଲି, ଶ୍ରୀ ଚନ୍ଦ୍ରଶେଖର ଓ ଭି ମୋହନା ସାମିଲ ଥିଲେ। ୨୦୦୩ର ପ୍ରସ୍ତାବ ପ୍ରତ୍ୟାହାର କରାଯାଇଥିବା ମାମଲାର ରେଫରେନ୍ସ ସମୟରେ କୋର୍ଟଙ୍କ ନଜରକୁ ଆସିନଥିଲା ବୋଲି ପୀଠ ଉଲ୍ଲେଖ କରିଛନ୍ତି। ତେବେ ବିଧାନସଭାର ବିଶେଷାଧିକାର ଓ ମୁକ୍ତ ଭାବେ କଥା କହିବାର ମୌଳିକ ଅଧିକାର ମଧ୍ୟରେ ଆଇନଗତ ପ୍ରଶ୍ନଗୁଡ଼ିକୁ କୋର୍ଟ ଶେଷ କରିନାହାନ୍ତି। ଭବିଷ୍ୟତରେ ଏଭଳି ବିବାଦ ପୁଣି ଉପୁଜିଲେ ଉପଯୁକ୍ତ ମାମଲାରେ ଏହି ପ୍ରଶ୍ନଗୁଡ଼ିକର ବିଚାର କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏହି ମାମଲାର ମୂଳ ଘଟଣା ୨୦୦୩ର। ସେତେବେଳେ ତାମିଲନାଡ଼ୁ ବିଧାନସଭାର ବାଚସ୍ପତି କେ କାଲିମୁଥୁ ଏକ ଖବରକାଗଜର ସମ୍ପାଦକୀୟ ପ୍ରକାଶନକୁ ଗୃହର ବିଶେଷାଧିକାର ଭଙ୍ଗ ବୋଲି ଦର୍ଶାଇ ୬ ଜଣ ସାମ୍ବାଦିକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button