Protest: ଡିଏମ୍କେର ସ୍ବର ବଦଳିଲା, ରାହୁଲଙ୍କ ଜ୍ଞାନେଶ କୁମାର ବିରୋଧୀ ଆନ୍ଦୋଳନକୁ ସମର୍ଥନ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଆୟୋଗ ବିରୋଧୀ ଆନ୍ଦୋଳନକୁ ନେଇ ଡିଏମ୍କେ ନିଜ ଆଭିମୁଖ୍ୟ ବଦଳାଇଛି। ମଙ୍ଗଳବାର ଡିଏମ୍କେ ମୁଖପାତ୍ର ସରବଣନ ଅନ୍ନାଦୁରାଇ ତାମିଲନାଡୁରେ ଏସ୍ଆଇଆର୍ ପ୍ରକ୍ରିୟାରେ ଭୋଟରଙ୍କ ନାମ କଟାଯିବା ମାମଲାରେ ରାହୁଲଙ୍କ ନିରବତା...

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଆୟୋଗ ବିରୋଧୀ ଆନ୍ଦୋଳନକୁ ନେଇ ଡିଏମ୍କେ ନିଜ ଆଭିମୁଖ୍ୟ ବଦଳାଇଛି। ମଙ୍ଗଳବାର ଡିଏମ୍କେ ମୁଖପାତ୍ର ସରବଣନ ଅନ୍ନାଦୁରାଇ ତାମିଲନାଡୁରେ ଏସ୍ଆଇଆର୍ ପ୍ରକ୍ରିୟାରେ ଭୋଟରଙ୍କ ନାମ କଟାଯିବା ମାମଲାରେ ରାହୁଲଙ୍କ ନିରବତା ଉପରେ ପ୍ରଶ୍ନ କରିଥିଲେ। ଏହାର ଦିନକ ପରେ ବୁଧବାର ଦଳର ଅନ୍ୟତମ ମୁଖପାତ୍ର ଟିକେଏସ୍ ଏଲଙ୍ଗୋଭାନ ରାହୁଲଙ୍କ ଦିଲ୍ଲୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି।
ଭୁଲ୍ କାର୍ଯ୍ୟ ବିରୋଧରେ ଲଢ଼ିବା ନାଗରିକଙ୍କ ଅଧିକାର
ଏଲଙ୍ଗୋଭାନ କହିଛନ୍ତି, ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଗଣତନ୍ତ୍ର ବିରୋଧୀ ହେଲେ ନିର୍ବାଚନ କିପରି ନିରପେକ୍ଷ ହୋଇପାରିବ? ତାଙ୍କୁ ପଦରୁ ହଟାଯିବା ଉଚିତ। ସରକାରର ଭୁଲ୍ କାର୍ଯ୍ୟ ବିରୋଧରେ ଲଢ଼ିବା ନାଗରିକଙ୍କ ଅଧିକାର ଏବଂ ରାହୁଲ ଗାନ୍ଧୀ ସେହି ଅଧିକାରର ବ୍ୟବହାର କରିଛନ୍ତି ବୋଲି ସେ କହିଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ ବିରୋଧୀ ଇଣ୍ଡିମେଣ୍ଟର ନେତାମାନଙ୍କ ସହ ସଂସଦରୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିଥିଲେ। ଏସ୍ଆଇଆର୍ ପ୍ରକ୍ରିୟା ବାତିଲ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନ ହୋଇଥିଲା। ପୁଲିସ ତାଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ବିରୋଧୀ ନେତାଙ୍କୁ ଅଟକ ରଖିଥିଲା।
ସୌଜନ୍ୟ ସମ୍ବାଦ




