ଦେଶ ବିଦେଶ
MrBeast: ୟୁଟ୍ୟୁବ୍ରୁ କୋଟି କୋଟି ରୋଜଗାର… ଦାନ କରନ୍ତି ଲକ୍ଷ ଲକ୍ଷ! କିଏ ଏହି ମିଷ୍ଟର୍ ବିଷ୍ଟ?
ୟୁଟ୍ୟୁବ୍ରେ ଭିଡିଓ କରନ୍ତି... କୋଟି କୋଟି ଟଙ୍କା ରୋଜଗାର କରନ୍ତି... ଆଉ ସେହି ଟଙ୍କାର ବଡ଼ ଅଂଶ ପୁଣି ଲୋକଙ୍କୁ ଦାନ କରିଦିଅନ୍ତି। ଏବେ ଭାରତରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍। ଆଗ୍ରାର ତାଜମହଲଠାରୁ ମୁମ୍ବାଇର ‘ରାମାୟଣ’ ଇଭେଣ୍ଟ ସବୁଠି ନଜର ଆସିଲେ ବିଶ୍ୱର ଚର୍ଚ୍ଚିତ ୟୁଟ୍ୟୁବର୍ ମିଷ୍ଟର୍ ବିଷ୍ଟ। ନାଁ ମିଷ୍ଟର୍ ବିଷ୍ଟ... ଅସଲ ନାଁ ଜିମି ଡୋନାଲ୍ଡସନ୍। ଆଜି ଡିଜିଟାଲ୍ ଦୁନିଆର ଏକ ବଡ଼ ଷ୍ଟାର୍। ୨୦୨୬ର ଫୋର୍ବସ୍ ଟପ୍ କ୍ରିଏଟର୍ସ ତାଲିକାରେ ମିଷ୍ଟର୍ ବିଷ୍ଟ ଶୀର୍ଷରେ ରହିଛନ୍ତି।

ନୂଆଦିଲ୍ଲୀ: ୟୁଟ୍ୟୁବ୍ରେ ଭିଡିଓ କରନ୍ତି… କୋଟି କୋଟି ଟଙ୍କା ରୋଜଗାର କରନ୍ତି… ଆଉ ସେହି ଟଙ୍କାର ବଡ଼ ଅଂଶ ପୁଣି ଲୋକଙ୍କୁ ଦାନ କରିଦିଅନ୍ତି। ଏବେ ଭାରତରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍। ଆଗ୍ରାର ତାଜମହଲଠାରୁ ମୁମ୍ବାଇର ‘ରାମାୟଣ’ ଇଭେଣ୍ଟ ସବୁଠି ନଜର ଆସିଲେ ବିଶ୍ୱର ଚର୍ଚ୍ଚିତ ୟୁଟ୍ୟୁବର୍ ମିଷ୍ଟର୍ ବିଷ୍ଟ। ନାଁ ମିଷ୍ଟର୍ ବିଷ୍ଟ… ଅସଲ ନାଁ ଜିମି ଡୋନାଲ୍ଡସନ୍। ଆଜି ଡିଜିଟାଲ୍ ଦୁନିଆର ଏକ ବଡ଼ ଷ୍ଟାର୍। ୨୦୨୬ର ଫୋର୍ବସ୍ ଟପ୍ କ୍ରିଏଟର୍ସ ତାଲିକାରେ ମିଷ୍ଟର୍ ବିଷ୍ଟ ଶୀର୍ଷରେ ରହିଛନ୍ତି। ତାଙ୍କର ମୋଟ ଫଲୋଅର୍ସ ସଂଖ୍ୟା ପ୍ରାୟ ୮୭.୩ କୋଟି ବୋଲି ଫୋର୍ବସ୍ ଉଲ୍ଲେଖ କରିଛି।
ସୌଜନ୍ୟ ସମ୍ବାଦ




