ଦେଶ ବିଦେଶ
Judgement: ଔଷଧ ଦାମ୍ରେ ୧୦ ଗୁଣ ଫରକ ନେଇ ସୁପ୍ରିମ୍କୋର୍ଟ କ୍ଷୁବ୍ଧ
କ୍ୟାନ୍ସର ଔଷଧର ଦାମ୍ରେ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଣ ମୂଲ୍ୟ ଓ ରୋଗୀଙ୍କଠାରୁ ନିଆଯାଉଥିବା ସର୍ବାଧିକ ଖୁଚୁରା ମୂଲ୍ୟ ମଧ୍ୟରେ ବିପୁଳ ଫରକ ନେଇ ମଙ୍ଗଳବାର ସୁପ୍ରିମ୍କୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: କ୍ୟାନ୍ସର ଔଷଧର ଦାମ୍ରେ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଣ ମୂଲ୍ୟ ଓ ରୋଗୀଙ୍କଠାରୁ ନିଆଯାଉଥିବା ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ମଧ୍ୟରେ ବିପୁଳ ଫରକ ନେଇ ମଙ୍ଗଳବାର ସୁପ୍ରିମ୍କୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଜଣେ ରୋଗୀଙ୍କ ପାଇଁ ଆବଶ୍ୟକ କ୍ୟାନ୍ସର ଔଷଧ ଖୁଚୁରା ବ୍ୟବସାୟୀଙ୍କୁ ପ୍ରାୟ ୨,୭୦୦ ଟଙ୍କାରେ ଯୋଗାଇ ଦିଆଯାଉଥିବା ବେଳେ ତାହାର ଏମ୍ଆର୍ପି ୨୭,୦୦୦ ଟଙ୍କା ରଖାଯାଇଥିବା ଉଦାହରଣ ଦେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି।
ସୌଜନ୍ୟ ସମ୍ବାଦ




