ଦେଶ ବିଦେଶ

Myanmar infiltration: ମିଆଁମାରରୁ ଭାରତରେ ଅନୁପ୍ରବେଶ ଆରମ୍ଭ; ଉତ୍ତର ପ୍ରଦେଶରେ ୪ଜଣ ମହିଳା ଗିରଫ

ବିଦେଶୀ ମହିଳାଙ୍କୁ ବେଆଇନ ଭାବରେ ଭାରତରେ ଚୋରା ଚାଲାଣ କରୁଥିବା ଏକ ନେଟୱର୍କର ତଦନ୍ତରୁ ନୂତନ ଅନୁପ୍ରବେଶ ପଥ ଏବଂ ସଂଯୋଗର ସୂଚନା ମିଳିଛି। ଅଭିଯୁକ୍ତ ମହମ୍ମଦ ହାସନକୁ ପଚରାଉଚରାରୁ ଜଣାପଡିଛି ଯେ, ବାଂଲାଦେଶ ସୀମାରେ ଅଧିକ ନଜର ରଖିବା ପରେ...

ଗ୍ୱାଲିୟର: ବିଦେଶୀ ମହିଳାଙ୍କୁ ବେଆଇନ ଭାବରେ ଭାରତରେ ଚୋରା ଚାଲାଣ କରୁଥିବା ଏକ ନେଟୱର୍କର ତଦନ୍ତରୁ ନୂତନ ଅନୁପ୍ରବେଶ ପଥ ଏବଂ ସଂଯୋଗର ସୂଚନା ମିଳିଛି। ଅଭିଯୁକ୍ତ ମହମ୍ମଦ ହାସନକୁ ପଚରାଉଚରାରୁ ଜଣାପଡିଛି ଯେ, ବାଂଲାଦେଶ ସୀମାରେ ଅଧିକ ନଜର ରଖିବା ପରେ ନେଟୱର୍କ ମିଆଁମାର ସୀମାନ୍ତ ମଣିପୁର ଏବଂ ମିଜୋରାମର ପାହାଡ଼ିଆ ଅଞ୍ଚଳ ଦେଇ ଅନୁପ୍ରବେଶ କରିବାକୁ ଆରମ୍ଭ କରିଥିଲା।

ଜାତୀୟ ଗୁଇନ୍ଦା ସଂସ୍ଥା (ଏନ୍‌ଆଇଏ)ର ଏକ ଦଳ ମଙ୍ଗଳବାର ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଞ୍ଚିବା ଆଶା କରାଯାଉଥିଲା। NIAର ପଚରାଉଚରା ପରେ ମହିଳାମାନଙ୍କୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହେବ। ରବିବାର ଗ୍ୱାଲିୟର ଜିଆରପି ଉତ୍ତର ପ୍ରଦେଶର ଆଲିଗଡ଼ରୁ ଚାରି ଜଣ ମିଆଁମାର ବଂଶୋଦ୍ଭବ ମହିଳା ସମେତ ଛଅ ଜଣଙ୍କୁ ଗିରଫ କରିଛି।

ବିଦେଶରୁ ଭାରତକୁ ମହିଳା ଚାଲାଣ
ତଦନ୍ତରୁ ଜଣାପଡିଛି ଯେ ଏହି ଗ୍ୟାଙ୍ଗ ପୂର୍ବରୁ ତିନି ଜଣ ବିଦେଶୀ ମହିଳାଙ୍କୁ ଭାରତରେ ଆଣିଥିଲା। ସୀମା ପାର କରିବା ପରେ ସେମାନଙ୍କୁ ବିଭିନ୍ନ ସହରକୁ ପଠାଯାଇଥିଲା। ସେମାନେ ଘରୋଇ କାମ, ବିବାହ କିମ୍ବା ସ୍ଥାନୀୟ ସମ୍ପର୍କ ମାଧ୍ୟମରେ ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା କରିଥିବା ସନ୍ଦେହ କରାଯାଉଛି। ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ UHID କାର୍ଡ ଭଳି ଡକ୍ୟୁମେଣ୍ଟ ବ୍ୟବହାର କରି କିଛି ମହିଳାଙ୍କୁ ସ୍ଥାନୀୟ ବାସିନ୍ଦା ଭାବରେ ପ୍ରତିଷ୍ଠା କରିବାକୁ ଚେଷ୍ଟା କରାଯାଇଥିଲା।

ପଦାକୁ ଆସିବ ତଥ୍ୟ
ଦୁଇ ଜଣ ମହିଳାଙ୍କୁ ରୋହିଙ୍ଗା ଭାବରେ ଚିହ୍ନଟ ‌ହୋଇଛନ୍ତି। ଡକ୍ୟୁମେଣ୍ଟ ଯାଞ୍ଚ ପରେ ଆହୁରି ଅଧିତ ତଥ୍ୟ ପଦାକୁ ଆସିବ। ଜିଆରପି ଧରାପଡ଼ିଥିବା ମହିଳାଙ୍କ ସହ ଜଡ଼ିତ ପ୍ରମାଣପତ୍ର, ସେମାନଙ୍କର ମୂଳ ଠିକଣା ଏବଂ ପରିବାର ସୂଚନା ସଂଗ୍ରହ କରୁଛି। ତଦନ୍ତ ସମାପ୍ତ ହେବା ପରେ ସେମାନଙ୍କୁ ପରିବାର ସହିତ ପୁନଃମିଳନ କରିବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ଏସ୍‌ପି ଅଙ୍କିତ ଜୟସୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button