ଦେଶ ବିଦେଶ

Naxal remark: ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ନେତାମାନଙ୍କୁ ‘ଦିମାଗୀ ନକ୍ସଲ’ କହିନାହାନ୍ତି: କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନକ୍ସଲ ମାନସିକତା’ ସମ୍ପର୍କିତ ମନ୍ତବ୍ୟକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଉଥିବା ସମାଲୋଚନା ଉପରେ ରବିବାର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଜବାବ ରଖିଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନକ୍ସଲ ମାନସିକତା’ ସମ୍ପର୍କିତ ମନ୍ତବ୍ୟକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଉଥିବା ସମାଲୋଚନା ଉପରେ ରବିବାର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ନେତାମାନଙ୍କୁ ‘ଦିମାଗୀ ନକ୍ସଲ’ ବା ନକ୍ସଲ ମାନସିକତାଧାରୀ ବୋଲି ସମ୍ବୋଧନ କରିନାହାନ୍ତି ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ରିଜିଜୁ ଏକ ତାଲିକା ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି ଯେଉଁମାନେ ମାଓବାଦୀଙ୍କୁ ସମର୍ଥନ କରନ୍ତି ଓ ଭାରତୀୟ ସମ୍ବିଧାନକୁ ପ୍ରତ୍ୟାଖ୍ୟାନ କରନ୍ତି, ସେମାନେ ହେଉଛନ୍ତି ଦିମାଗୀ ନକ୍ସଲ। ଏହା ସହିତ ଯେଉଁମାନେ ବିଚ୍ଛିନ୍ନତାବାଦୀଙ୍କ ସହ ସ୍ବର ମିଳାଇ ଧାରା ୩୭୦କୁ ସମର୍ଥନ କରନ୍ତି ଏବଂ ଯେଉଁମାନେ ଭାରତରୁ ଉତ୍ତର-ପୂର୍ବ ଅଂଚଳକୁ ଅଲଗା କରିବା ପାଇଁ ‘ଚିକେନ୍ ନେକ୍’ କାଟିବାକୁ ଚାହାନ୍ତି, ସେହିମାନେ ହିଁ ଦିମାଗୀ ନକ୍ସଲ ବୋଲି ରିଜିଜୁ ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଶନିବାର ପ୍ରଧାନମନ୍ତ୍ରୀ ‘ଦିମାଗୀ ନକ୍ସଲ’ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବାସନ୍ଦ କରିବାର ଆବଶ୍ୟକତା ରହିଛି ବୋଲି କହିବା ପରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ପୂର୍ବରୁ ରବିବାର କଂଗ୍ରେସ ନେତା ପି ଚିଦମ୍ବରମ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଆକ୍ଷେପ କରି ଏକ୍ସରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ନିଜକୁ ଜଣେ ‘ଦିମାଗୀ ନକ୍ସଲ’ ବୋଲି ଗର୍ବିତ ବୋଲି ଉଲ୍ଲେଖ କରିଥିଲେ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ଶବ୍ଦର କୌଣସି ବାସ୍ତବିକ ଭିତ୍ତି ନାହିଁ ବୋଲି ପ୍ରକାଶ କରିବା ସହ ପୂର୍ବରୁ ସଂସଦରେ ହୋଇଥିବା ‘ଅର୍ବାନ ନକ୍ସଲ’ ବିତର୍କକୁ ମନେ ପକାଇ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button