ଦେଶ ବିଦେଶ
UGC NET 2026: ଇଂଲିଶ, କମର୍ସ ଓ ସୋସିଓଲୋଜିରେ ପୁନଃପରୀକ୍ଷା କରିବ ଏନ୍ଟିଏ
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଚଳିତ ବର୍ଷ ଜୁନ୍ ୨୨ରୁ ଜୁନ୍ ୩୦ ମଧ୍ୟରେ ହୋଇଥିବା ୟୁଜିସି-ନେଟ୍ ପରୀକ୍ଷାରେ ଇଂଲିଶ, କମର୍ସ ଓ ସୋସିଓଲୋଜି ପ୍ରଶ୍ନପତ୍ରରେ ବହୁ ତ୍ରୁଟି ମିଳିବା ପରେ ଏହି ତିନୋଟି ବିଷୟ ପାଇଁ ପୁନଃପରୀକ୍ଷା କରିବାକୁ...

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଚଳିତ ବର୍ଷ ଜୁନ୍ ୨୨ରୁ ଜୁନ୍ ୩୦ ମଧ୍ୟରେ ହୋଇଥିବା ୟୁଜିସି-ନେଟ୍ ପରୀକ୍ଷାରେ ଇଂଲିଶ, କମର୍ସ ଓ ସୋସିଓଲୋଜି ପ୍ରଶ୍ନପତ୍ରରେ ବହୁ ତ୍ରୁଟି ମିଳିବା ପରେ ଏହି ତିନୋଟି ବିଷୟ ପାଇଁ ପୁନଃପରୀକ୍ଷା କରିବାକୁ ଏନ୍ଟିଏ ରବିବାର ଘୋଷଣା କରିଛି। ୟୁଜିସି-ନେଟ୍ ପରୀକ୍ଷା ଦ୍ବାରା ସହାୟକ ଅଧ୍ୟାପକ ପଦବୀ ପୂରଣ ଓ ପିଏଚ୍ଡି ପାଇଁ ନାମଲେଖା ହୋଇଥାଏ। ମେ ୩ ତାରିଖରେ ଏନ୍ଟିଏ ପକ୍ଷରୁ ହୋଇଥିବା ନିଟ୍-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ ହୋଇଥିଲା। ଦ୍ବିତୀୟ ଥର ଏନ୍ଟିଏ ଦ୍ବାରା ହୋଇଥିବା ଏପରି ଏକ ପ୍ରମୁଖ ପରୀକ୍ଷା ବାତିଲ ହୋଇଛି।
ସୌଜନ୍ୟ ସମ୍ବାଦ




