ଦେଶ ବିଦେଶ
America: ଇରାନ ଯୁଦ୍ଧରେ ୮୧ ବିମାନ ହରାଇଛି ଆମେରିକା
ଆମେରିକା ଏହି ବର୍ଷ ଆରମ୍ଭରୁଇରାନ ଯୁଦ୍ଧରେ ଅତି କମ୍ରେ ୮୧ଟି ସାମରିକ ବିମାନ ଓ ଡ୍ରୋନ୍ ହରାଇଛି । ଏହି କ୍ଷତିର ମୋଟ ମୂଲ୍ୟ ପ୍ରାୟ ୩.୩ ବିଲିୟନ ଡଲାର ବୋଲି ଏକ ନୂଆ କଂଗ୍ରେସ ରିସର୍ଚ ସର୍ଭିସ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ୱାସିଂଟନ୍: ଆମେରିକା ଏହି ବର୍ଷ ଆରମ୍ଭରୁଇରାନ ଯୁଦ୍ଧରେ ଅତି କମ୍ରେ ୮୧ଟି ସାମରିକ ବିମାନ ଓ ଡ୍ରୋନ୍ ହରାଇଛି । ଏହି କ୍ଷତିର ମୋଟ ମୂଲ୍ୟ ପ୍ରାୟ ୩.୩ ବିଲିୟନ ଡଲାର ବୋଲି ଏକ ନୂଆ କଂଗ୍ରେସ ରିସର୍ଚ ସର୍ଭିସ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟର ନାମ ‘ୟୁଏସ ଏୟାରକ୍ରାଫ୍ଟ କମ୍ବାଟ ଡ୍ୟାମେଜ ଇନ୍ ଅପରେସନ ଏପିକ ଫ୍ୟୁରି: କନ୍ସିଡରେସନସ ଫର କଂଗ୍ରେସ’। ଏଥିରେ ଆମେରିକାର କିଛି ଅତ୍ୟାଧୁନିକ ଯୁଦ୍ଧବିମାନ ଯଥା ଏଫ୍-୩୫ଏ ଲାଇଟନିଂ, ଏଫ୍-୧୫ ଓ ଏମ୍କ୍ୟୁ-୯ ରିପର୍ ଡ୍ରୋନ୍ ଅନ୍ତର୍ଭୁକ୍ତ।
ସୌଜନ୍ୟ ସମ୍ବାଦ




