ରାଜ୍ୟ

Neglect: ଧାନ ବିକ୍ରି ପୂର୍ବରୁ ଚାଷୀଙ୍କୁ ସର୍ଭର ଯନ୍ତ୍ରଣା! ପଞ୍ଜୀକରଣ ପାଇଁ ଦିନରାତି ଧାଡ଼ି

ଖରିଫ ଧାନ ବିକ୍ରି ପାଇଁ ଅନଲାଇନ୍ ଚାଷୀ ପଞ୍ଜୀକରଣକୁ ନେଇ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଲ୍ୟାମ୍ପରେ ଚାଷୀଙ୍କ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସର୍ଭର ସମସ୍ୟା, ୱେବସାଇଟ୍ ଠିକ୍‌ ଭାବେ ନଖୋଲିବା ଏବଂ ଜମି...

ବୈଶିଙ୍ଗା (ଦୀପକ କୁମାର ସିଂହ): ଖରିଫ ଧାନ ବିକ୍ରି ପାଇଁ ଅନଲାଇନ୍ ଚାଷୀ ପଞ୍ଜୀକରଣକୁ ନେଇ ମୟୂରଭଞ୍ଜଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଲ୍ୟାମ୍ପରେ ଚାଷୀଙ୍କ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସର୍ଭର ସମସ୍ୟା, ୱେବସାଇଟ୍ ଠିକ୍‌ ଭାବେ ନଖୋଲିବା ଏବଂ ଜମି ପଟ୍ଟା ସମ୍ବନ୍ଧୀୟ ନୂତନ ନିୟମ ଯୋଗୁଁ ପଞ୍ଜୀକରଣ ପ୍ରକ୍ରିୟା ଜଟିଳ ହୋଇପଡ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ବୈଶିଙ୍ଗା ଲ୍ୟାମ୍ପ ପରିସରରେ ଗତ ୧୦ ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ତାରିଖ ଆବେଦନର ଶେଷ ତାରିଖ ରହିଛି। ତେବେ ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ କରାଯିବାକୁ ଥିବା ବେଳେ ସର୍ଭର ସମସ୍ୟା ପ୍ରକ୍ରିୟାକୁ ଅଧିକ ଧୀମା କରିଦେଇଛି।

ସୂଚନା ଅନୁଯାୟୀ, ବୈଶିଙ୍ଗା ଲ୍ୟାମ୍ପ ଅଧୀନରେ ଏଯାବତ୍ ୪ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜୀକରଣ ପାଇଁ ଫର୍ମ ନେଇସାରିଛନ୍ତି। ଆହୁରି ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଫର୍ମ ନେଇ ପଞ୍ଜୀକରଣ କରିବାକୁ ବାକି ଥିବା ବେଳେ ୧୮ ତାରିଖ ସୁଦ୍ଧା ମାତ୍ର ୯୦୦ ଜଣ ଚାଷୀଙ୍କ ପଞ୍ଜୀକରଣ ସମ୍ପନ୍ନ ହୋଇପାରିଛି।

ସର୍ଭର ସମସ୍ୟାର ଚିତ୍ର କେତେ ଗୁରୁତର, ତାହା ଚାଷୀଙ୍କ ଅପେକ୍ଷାରୁ ସ୍ପଷ୍ଟ ହେଉଛି। କେତେକ ଚାଷୀ ଦୂରଦୂରାନ୍ତରୁ ଆସି ହୋଟେଲରେ ରହି ଲଗାତାର ତିନି ଦିନ ଧରି ସକାଳରୁ ରାତି ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହୋଇଥିଲେ ମଧ୍ୟ ଅନଲାଇନ୍ ପ୍ରକ୍ରିୟା ସମ୍ପନ୍ନ ନହେବାରୁ ବିଳମ୍ବିତ ରାତିରେ ନିରାଶ ହୋଇ ଫେରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button