NTA: CUET UG ୨୦୨୭ ପରୀକ୍ଷା ଢାଞ୍ଚାରେ ବଡ଼ ପରିବର୍ତ୍ତନ କରିପାରେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି
ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA ) ଦ୍ୱାରା ପରିଚାଳିତ କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ Undergraduate (CUET UG 2027) ପରୀକ୍ଷା ଢାଞ୍ଚାରେ ବଡ଼ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି। ଦେଶର ପ୍ରମୁଖ କେନ୍ଦ୍ରୀୟ ଓ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟାକୁ ଆହୁରି ସରଳ, ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA ) ଦ୍ୱାରା ପରିଚାଳିତ କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ Undergraduate (CUET UG 2027) ପରୀକ୍ଷା ଢାଞ୍ଚାରେ ବଡ଼ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି। ଦେଶର ପ୍ରମୁଖ କେନ୍ଦ୍ରୀୟ ଓ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟାକୁ ଆହୁରି ସରଳ, ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି।
ମିଳିଥିବା ସୂଚନା ଅନୁସାରେ ଏହି ସବୁ ପ୍ରମୁଖ ପରିବର୍ତ୍ତନ କରାଯାଇପାରେ |
ସମସ୍ତ ପ୍ରଶ୍ନ ବାଧ୍ୟତାମୂଳକ: ପୂର୍ବରୁ ଆସୁଥିବା ବିକଳ୍ପ ପ୍ରଶ୍ନ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ବର୍ତ୍ତମାନ ପ୍ରତ୍ୟେକ ବିଷୟ (Paper)ରେ ମୋଟ ୫୦ଟି ବହୁବିକଳ୍ପ ପ୍ରଶ୍ନ (MCQs) ରହିବ ଏବଂ ଶିକ୍ଷାର୍ଥୀଙ୍କୁ ସମସ୍ତ ୫୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ପ୍ରତ୍ୟେକ ବିଷୟ ପରୀକ୍ଷା ପାଇଁ ୬୦ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି। ଜଣେ ପରୀକ୍ଷାର୍ଥୀ ସର୍ବାଧିକ ୫ଟି ବିଷୟ (ଭାଷା, ଡୋମେନ୍ ବିଷୟ ଓ ଜେନେରାଲ୍ ଟେଷ୍ଟ ମିଶାଇ) ଚୟନ କରିପାରିବେ। ଏହି ପରୀକ୍ଷା ସମ୍ପୂର୍ଣ୍ଣ କମ୍ପ୍ୟୁଟର ଆଧାରିତ (Computer-Based Test) ମାଧ୍ୟମରେ ଅନୁଷ୍ଠିତ ହେବ।
ସୌଜନ୍ୟ ସମ୍ବାଦ




