ରାଜ୍ୟ

Odisha Flood Review: ବନ୍ୟା ପ୍ରଭାବିତ ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

ବନ୍ୟା ପ୍ରଭାବିତ ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା। ଦଶହରା ପୂର୍ବରୁ ପର୍ଯ୍ୟାୟକ୍ରମେ କ୍ଷତିପୂରଣ ବଣ୍ଟନ ଶେଷ ପାଇଁ ନିର୍ଦ୍ଦେଶ।

ଭୁବନେଶ୍ୱର: ରାଜୀବ ଭବନସ୍ଥିତ ସିଓକୋଆଇ (SEOCଠା)ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବନ୍ୟା ପ୍ରଭାବିତ ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।  ବୈଠକରେ ବନ୍ୟାରେ ପ୍ରଭାବିତ ଜନସାଧାରଣଙ୍କ କ୍ଷତିପୂରଣ ପ୍ରଦାନ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l

ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୧୬.୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୧୧.୨୧ କୋଟି ଟଙ୍କା ଆବଣ୍ଟନ ଶେଷ ହୋଇଛି l ଯାଜପୁର ଜିଲ୍ଲା ପାଇଁ ୫୨.୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୩୩.୮୦ କୋଟି ଟଙ୍କା ବଣ୍ଟନ ସମାପ୍ତ ହୋଇଛି l ସେହିପରି ଭଦ୍ରକ ଜିଲ୍ଲାକୁ ୬୪.୫୪ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଥିଲା ବେଳେ ୪୩.୨୮ କୋଟି ଟଙ୍କା ବ୍ୟୟ ହୋଇ ସାରିଛି l ବାଲେଶ୍ୱର ଜିଲ୍ଲା ପାଇଁ ୨୬.୯୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୫.୯୪ କୋଟି ଟଙ୍କା ଇତିମଧ୍ୟରେ କ୍ଷତିପୂରଣ ବାବଦକୁ ବ୍ୟୟ ହୋଇ ସାରିଛି l ବାରମ୍ବାର ବର୍ଷା ଯୋଗୁଁ କ୍ଷୟକ୍ଷତି ଆକଳନ ଏବଂ ବାଧାପ୍ରାପ୍ତ ସୁଦ୍ଧା କ୍ଷତିପୂରଣ ପ୍ରଦାନ ତ୍ୱରାନ୍ୱିତ କରାଯାଇଛି ଏବଂ ଆଗାମୀ ଦଶହରା ପୂର୍ବରୁ ପର୍ଯ୍ୟାୟକ୍ରମେ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ପ୍ରଦାନ ସମାପ୍ତ ହେବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି l

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button