ଦେଶ ବିଦେଶ
NDA: ବିରୋଧୀଙ୍କ ଇଭିଏମ୍ ବିରୋଧୀ ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ : ତ୍ରିପୁରା ଓ ଆସାମରେ ବାଲଟ୍ ପେପର ନିର୍ବାଚନରେ ଏନ୍ଡିଏର ବିପୁଳ ବିଜୟ
ବିରୋଧୀ ଦଳଗୁଡ଼ିକ ପକ୍ଷରୁ କ୍ରମାଗତ ଭାବେ ବାଲଟ୍ ପେପରରେ ନିର୍ବାଚନ କରାଇବା ପାଇଁ ହେଉଥିବା ଦାବି ମଧ୍ୟରେ କଂଗ୍ରେସ ଦଳକୁ ଆଉ ଦୁଇଟି ରାଜ୍ୟରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ଅଗରତାଲା: ବିରୋଧୀ ଦଳଗୁଡ଼ିକ ପକ୍ଷରୁ କ୍ରମାଗତ ଭାବେ ବାଲଟ୍ ପେପରରେ ନିର୍ବାଚନ କରାଇବା ପାଇଁ ହେଉଥିବା ଦାବି ମଧ୍ୟରେ କଂଗ୍ରେସ ଦଳକୁ ଆଉ ଦୁଇଟି ରାଜ୍ୟରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଚଳିତ ସପ୍ତାହରେ ବାଲଟ୍ ପେପର ଜରିଆରେ ହୋଇଥିବା ଆସାମ ସ୍ଥାନୀୟ ନିର୍ବାଚନ ପରେ ବର୍ତ୍ତମାନ ତ୍ରିପୁରାରେ ସମ୍ପନ୍ନ ହୋଇଥିବା ଭିଲେଜ୍ କମିଟି ନିର୍ବାଚନରେ ମଧ୍ୟ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ଏକତରଫା ବିଜୟ ହାସଲ କରିଛି। ତ୍ରିପୁରା ନିର୍ବାଚନ କମିସନଙ୍କ ରିପୋର୍ଟ ଅନୁଯାୟୀ, ଏହି ନିର୍ବାଚନରେ ଏନ୍ଡିଏର ସହଯୋଗୀ ଦଳ ‘ଟ୍ରିପ୍ରା ମୋଥା ପାର୍ଟି’ (ଟିଏମ୍ପି) ସବୁଠାରୁ ବଡ଼ ରାଜନୈତିକ ଶକ୍ତି ଭାବେ ଉଭା ହୋଇଛି ଏବଂ ମୋଟ ଆସନର ପ୍ରାୟ ୯୪ ପ୍ରତିଶତ ଏନ୍ଡିଏ ଖାତାକୁ ଯାଇଛି।
ସୌଜନ୍ୟ ସମ୍ବାଦ




