ରାଜ୍ୟ

Revenue Department: ହ୍ବାଟ୍‌ସଆପ୍‌ରେ ହେବ ରାଜସ୍ବ ବିଭାଗର ଅଭିଯୋଗ ସମାଧାନ: ୯୪୩୭୨୯୨୦୦୦ ନମ୍ବରରେ ଅଭିଯୋଗ କଲେ ସେବା ମିଳିବ

ରାଜ୍ୟରେ ସ୍ମାର୍ଟ ଫୋନ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନଜରରେ ରଖି ରାଜସ୍ବ ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଯଦି କୌଣସି ଲୋକଙ୍କର ରାଜସ୍ବ ବିଭାଗର ବିଭିନ୍ନ ସେବା ସମ୍ପର୍କିତ ଅଭିଯୋଗ....

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ଫୋନ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନଜରରେ ରଖି ରାଜସ୍ବ ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଯଦି କୌଣସି ଲୋକଙ୍କର ରାଜସ୍ବ ବିଭାଗର ବିଭିନ୍ନ ସେବା ସମ୍ପର୍କିତ ଅଭିଯୋଗ ଥିବ ତେବେ ସେ ୯୪୩୭୨୯୨୦୦୦ ନମ୍ବରରେ ହ୍ବାଟସଆପ୍ ମେସେଜ୍ କରି ଜଣାଇପାରିବେ। ଏହାକୁ ବିଭାଗୀୟ ଅଧିକାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ସମାଧାନ କରିବେ। ଏପରିକି ହ୍ବାଟସଆପ୍‌ରେ ମିଳିବାକୁ ଥିବା ଅଭିଯୋଗଗୁଡ଼ିକର ଗ୍ରହଣ, ଅଗ୍ରଗତି, ପଦକ୍ଷେପ, ନିଷ୍ପତ୍ତି ଆଦି ପ୍ରତ୍ୟେକ ପର୍ଯ୍ୟାୟର ସୂଚନା ଅଭିଯୋଗକାରୀଙ୍କୁ ଜଣାଇ ଦିଆଯିବ।

ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ‘ଆମ ସାଥୀ ହ୍ୱାଟ୍‌ସଆପ୍ ଚାଟ୍‌ବଟ୍‌’ ମାଧ୍ୟମରେ ‘ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା’ର ଶୁଭାରମ୍ଭ କରିଛନ୍ତି। ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ଏହି ଅଭିଯୋଗ ପରିଚାଳନା ବ୍ୟବସ୍ଥାରେ ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀଙ୍କର ସିଧାସଳଖ ତଦାରଖ ତଥା ତତ୍ତ୍ବାବଧାନ ରହିବା ଫଳରେ ପ୍ରଶାସନିକ ଅଧିକାରୀବୃନ୍ଦ ଦାୟିତ୍ୱସଂପନ୍ନ ଏବଂ ସମ୍ବେଦନଶୀଳ ହୋଇ ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବାକୁ ଅଧିକ ଯତ୍ନବାନ ହେବେ।

ପୂର୍ବରୁ ‘ଆମ ସାଥୀ ହ୍ୱାଟ୍‌ସଆପ୍ ଚାଟବଟ୍’ ମାଧ୍ୟମରେ ଜନସାଧାରଣଙ୍କୁ ମ୍ୟୁଟେସନ୍, ଜମିର କିସମ ପରିବର୍ତ୍ତନ, ବିବାହ ପଞ୍ଜୀକରଣ, ସୋସାଇଟି ପଞ୍ଜୀକରଣ, ପଞ୍ଜୀକରଣ ସମ୍ବନ୍ଧୀୟ ବିବରଣୀ, ପଞ୍ଜୀକୃତ ଦଲିଲମାନଙ୍କର ସାର୍ଟିଫାଏଡ୍ କପି, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ବିବିଧ ପ୍ରମାଣପତ୍ର ଆଦି ରାଜସ୍ୱ ସେବା ମିଳୁଛି। ଏବେ ଏହି ସବୁ ସେବା ସହ ଜମିଜମା, ରେକର୍ଡ଼ ଅଫ୍ ରାଇଟ୍‌ସ, ମ୍ୟୁଟେସନ୍, କଲମ୍ ୨ ସଂଶୋଧନ, କନଭରସନ୍ (ଜମି କିସମ ପରିବର୍ତ୍ତନ), ପାର୍ଟିସନ୍ (ବିଭାଜନ), ଏନ୍‌କ୍ରୋଚମେଣ୍ଟ୍ (ଜବରଦଖଲ), ଡିମାର୍କେସନ୍, ଓଏଲ୍‌ଆର୍‌ ୨୨ ଏବଂ ୨୩, ରେଗୁଲେସନ ୨.୦, ଜମି ଖଜଣା (ପାଉତି), ପଞ୍ଜୀକରଣ, ଷ୍ଟାମ୍ପ ଡ୍ୟୁଟି, ବିପର୍ଯ୍ୟୟ ଓ ରିଲିଫ୍, ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ରାଜସ୍ୱ ବିଭାଗ ସମ୍ବନ୍ଧିତ ଅଭିଯୋଗ ସମାଧାନ ନିମନ୍ତେ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button