Search operation: ମାଟି ତଳୁ ଲ୍ୟାଣ୍ଡମାଇନ ଉଦ୍ଧାର କଲେ ସୁରକ୍ଷାକର୍ମୀ
ସୀମାନ୍ତ ଛତିଶଗଡ଼ର ଅବୁଝମାଡ଼ର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାବଳ ପକ୍ଷରୁ ଚାଲିଥିବା ସର୍ଚ୍ଚ ଓ ଏରିଆ ସାନିଟାଇଜେସନ୍ ଅଭିଯାନରେ ବଡ଼ ସଫଳତା ମିଳିଛି। ନାରାୟଣପୁର ପୁଲିସ ଓ ୨୯ତମ ବାହିନୀ ଆଇଟିବିପିର ମିଳିତ ଟିମ୍ ଭଟବେଡ଼ା ଅଞ୍ଚଳରେ...

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସୀମାନ୍ତ ଛତିଶଗଡ଼ର ଅବୁଝମାଡ଼ର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାବଳ ପକ୍ଷରୁ ଚାଲିଥିବା ସର୍ଚ୍ଚ ଓ ଏରିଆ ସାନିଟାଇଜେସନ୍ ଅଭିଯାନରେ ବଡ଼ ସଫଳତା ମିଳିଛି। ନାରାୟଣପୁର ପୁଲିସ ଓ ୨୯ତମ ବାହିନୀ ଆଇଟିବିପିର ମିଳିତ ଟିମ୍ ଭଟବେଡ଼ା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଏକ ସନ୍ଦିଗ୍ଧ ଡମ୍ପ୍ ଠାବ କରିଥିଲେ।
ତଲାସୀ ବେଳେ ଡମ୍ପରୁ ୬ଟି ପ୍ରେସର କୁକର ଆଇଇଡି ଓ ଗୋଟିଏ ପାଇପ୍ ବୋମା ସହ ମୋଟ ୭ଟି ବିସ୍ଫୋରକ ଉଦ୍ଧାର କରାଯାଇଥିଲା। ଏଠାରେ ଆଇଇଡି ତିଆରିରେ ବ୍ୟବହୃତ ସାମଗ୍ରୀ ଥିବା ମଧ୍ୟ ଜଣାପଡ଼ିଛି।
ଉଦ୍ଧାର ହୋଇଥିବା ବିସ୍ଫୋରକଗୁଡ଼ିକୁ ବୋମା ନିରୋଧକ ଓ ନିଷ୍କ୍ରିୟତା ଦଳର ବିଶେଷଜ୍ଞମାନେ ସୁରକ୍ଷାକୁ କଡାକଡି କରି ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ କରିଦେଇଛନ୍ତି। ଫଳରେ ଏକ ବଡ଼ ଅଘଟଣକୁ ଏଡ଼ାଇବାରେ ସୁରକ୍ଷାବଳ ସଫଳ ହୋଇଛି। ଅବୁଝମାଡ଼ରେ ମାଓବାଦୀଙ୍କ ଗତିବିଧି ଉପରେ ରୋକ୍ ଲଗାଇବା ସହ ଅଞ୍ଚଳକୁ ଅଧିକ ସୁରକ୍ଷିତ କରିବା ପାଇଁ ସୁରକ୍ଷାବଳର ତଲାସୀ ଅଭିଯାନ ଜାରି ରହିଛି।
ସୌଜନ୍ୟ ସମ୍ବାଦ



