ରାଜ୍ୟ

Sensor Technology: ଆଇଜର୍‌ ଗବେଷକଙ୍କ ନୂଆ ପ୍ରଯୁକ୍ତି ବିକାଶ, ସେନ୍‌ସର୍‌ ଚିହ୍ନିବ ଡାଇବେଟିକ୍‌ କିଡ୍‌ନୀ ରୋଗ

ବ୍ରହ୍ମପୁର, ୦୬/୧୦: ସପ୍ତାହେ ପୂର୍ବରୁ ଆଇଜର୍‌ ଓ ରାଉରକେଲା  ଏନ୍‌ଆଇଟି ଗବେଷକ ଦଳ ମୁଖଗହ୍ୱର କର୍କଟ ରୋଗର ବିକଳ୍ପ ଓ କମ୍‌  ମୂଲ୍ୟରେ ଚିକିତ୍ସା ସମ୍ପର୍କିତ ଗବେଷଣାର ପେଟେଣ୍ଟ୍‌ ହାସଲ କରିଛନ୍ତି । ଏହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରମୁଖ ସଫଳତା ବୋଲି କୁହାଯାଉଛି ।  ଏବେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ (ଆଇଜର୍‌)ର  ଗବେଷକମାନେ ଡାଇବେଟିକ୍‌ କିଡ୍‌ନୀ ରୋଗ (ଡିକେଡି)ର ଶୀଘ୍ର ଓ  ସଠିକ୍‌ ଚିହ୍ନଟ ପାଇଁ ନାନୋ-ଟେକ୍‌ନୋଲୋଜି ଆଧାରିତ ନୂଆ ଫ୍ଲୋରାସେଣ୍ଟ୍‌  ସେନ୍‌ସର୍‌ ପ୍ରସ୍ତୁତ କରିଛନ୍ତି । ଏହି ଟେକ୍‌ନଲୋଜି ଦ୍ୱାରା ପରିସ୍ରା ନମୁନା  ପରୀକ୍ଷା କରି ଅତି କମ୍‌ ସମୟରେ ଡିକେଡି ଚିହ୍ନଟ କରାଯାଇ ପାରିବ  ବୋଲି ଗବେଷକମାନେ ଦାବି କରିଛନ୍ତି ।

ସାଧାରଣତଃ ଅନ୍ୟାନ୍ୟ କିଡ୍‌ନୀ  ରୋଗ ଏବଂ ଡାଇବେଟିକ୍‌ କିଡ୍‌ନୀ ରୋଗର ଲକ୍ଷଣ ସମାନ ଦେଖାଯାଉଥିବାରୁ ଏହାକୁ ଭିନ୍ନ ଭାବେ ଚିହ୍ନଟ  କରିବା ଡାକ୍ତରମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ  ହୋଇଥାଏ । ମାତ୍ର ଏହି ନୂତନ ସେନ୍‌ସର୍‌  ପରିସ୍ରାରେ ଥିବା ଏନ୍‌ଜିଏଏଲ୍‌ ନାମକ  ସ୍ୱତନ୍ତ୍ର ପ୍ରୋଟିନ୍‌କୁ ଚିହ୍ନଟ କରି ଡାଇବେଟିକ୍‌  କିଡ୍‌ନୀ ରୋଗକୁ ଚିହ୍ନଟ କରିବାରେ ସାହାଯ୍ୟ  କରେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button