ଦେଶ ବିଦେଶ

SIR: ସିଇସିଙ୍କୁ ହଟାଇବା ସଂକ୍ରାନ୍ତ ଇଣ୍ଡିମେଣ୍ଟର ପ୍ରସ୍ତାବିତ ନୋଟିସ୍‌କୁ ଆପ୍‌, ଡିଏମ୍‌କେର ସମର୍ଥନ

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବାପାଇଁ ବିରୋଧୀ ଇଣ୍ଡି ମେଣ୍ଟ ସଂସଦରେ ଏକ ନୋଟିସ୍‌ ଆଣିବ। ଏଥିପାଇଁ ଇଣ୍ଡି ମେଣ୍ଟ ସହଯୋଗୀମାନେ ଅଧିକରୁ ଅଧିକ ବିରୋଧୀ ଦଳ ଗୁଡ଼ିକର ସହଯୋଗ ଲୋଡ଼ୁଛନ୍ତି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବାପାଇଁ ବିରୋଧୀ ଇଣ୍ଡି ମେଣ୍ଟ ସଂସଦରେ ଏକ ନୋଟିସ୍‌ ଆଣିବ। ଏଥିପାଇଁ ଇଣ୍ଡି ମେଣ୍ଟ ସହଯୋଗୀମାନେ ଅଧିକରୁ ଅଧିକ ବିରୋଧୀ ଦଳ ଗୁଡ଼ିକର ସହଯୋଗ ଲୋଡ଼ୁଛନ୍ତି। ଏହି କ୍ରମରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ଡିଏମ୍‌କେ ( ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ୍‌) ମଧ୍ୟ ନୋଟିସ୍‌କୁ ସମର୍ଥନ କରି ଏଥିରେ ସ୍ବାକ୍ଷର କରିବାକୁ ରାଜି ‌ହୋଇଥିବା ଜଣାପଡ଼ିଛି।

ପୂର୍ବରୁ ଡିଏମ୍‌କେ ନେତା କାନିମୋଝି ମଧ୍ୟ ସେପ୍ଟେମ୍ବର ୧୭ ତାରିଖରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ କୋଲକାତାରେ ଭେଟିଥିଲେ। ଉଭୟ ଆପ୍‌ ଏବଂ ଡିଏମ୍‌କେ ସିଇସିଙ୍କୁ ହଟାଇବାପାଇଁ ବିରୋଧୀ ଇଣ୍ଡି ମେଣ୍ଟ ସଂସଦରେ ଆଣିବାକୁ ଥିବା ନୋଟିସ୍‌କୁ ସମର୍ଥନ କରିବେ ବୋଲି ରାଜି ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଉ‌ଲ୍ଲେଖଯୋଗ୍ୟ ଯେ ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବାପାଇଁ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳ ଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି। ସେମାନେ ଏଥିପାଇଁ ଆଗକୁ ଲୋକସଭା ଏବଂ ରାଜ୍ୟସଭାରେ ଏକ ସଦ୍ୟ ନୋଟିସ୍‌ ଦାଖଲ କରିବେ। ତେବେ କୁମାରଙ୍କୁ ହଟାଇବାପାଇଁ ଏହା ବିରୋଧୀ ଦଳ ନେତାମାନଙ୍କ ଦ୍ବାରା ତୃତୀୟ ଉଦ୍ୟମ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button