Voter list: ପରିଗଣନା ଫର୍ମ ପୂରଣ କରି ନ ଥିଲେ ଭୋଟର ତାଲିକାରୁ ନାମ କଟିଯିବ: ଜୁନ୍ ୨୮ ସୁଦ୍ଧା ଫର୍ମ ପୂରଣ କରି ଦେବାକୁ ହେବ
ରାଜ୍ୟରେ ଭୋଟର ତାଲିକା ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଜୋରଦାର୍ ଚାଲିଛି। ପ୍ରତି ଭୋଟରଙ୍କ ଠାରୁ ଏକ ଫର୍ମରେ ସବିଶେଷ ତଥ୍ୟ ସଂଗ୍ରହ କରିବାର ନିୟମ ଥିବାରୁ ୧୨ଦିନରେ ବୁଥ୍ସ୍ତରୀୟ ଅଧିକାରୀମାନେ (ବିଏଲ୍ଓ) ୩,୧୫,୧୮,୪୧୨ଜଣଙ୍କୁ ପରିଗଣନା ଫର୍ମ ବାଣ୍ଟିଲେଣି।

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକା ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଜୋରଦାର୍ ଚାଲିଛି। ପ୍ରତି ଭୋଟରଙ୍କ ଠାରୁ ଏକ ଫର୍ମରେ ସବିଶେଷ ତଥ୍ୟ ସଂଗ୍ରହ କରିବାର ନିୟମ ଥିବାରୁ ୧୨ଦିନରେ ବୁଥ୍ସ୍ତରୀୟ ଅଧିକାରୀମାନେ (ବିଏଲ୍ଓ) ୩,୧୫,୧୮,୪୧୨ଜଣଙ୍କୁ ପରିଗଣନା ଫର୍ମ ବାଣ୍ଟିଲେଣି। ଯାହାକି ମୋଟ୍ ଭୋଟ୍ରଙ୍କ ସଂଖ୍ୟାର ୯୪.୩୭%। ଏହାସହ କୁହାଯାଇଛି ଯେ ଜୁନ୍ ୨୮ ସୁଦ୍ଧା ବିଏଲ୍ଓମାନେ ପୂରଣ ହୋଇଥିବା ଫର୍ମ ସଂଗ୍ରହ କରିବେ। ଯଦି କେହି ଫର୍ମ ପୂରଣ ନକରି ଫେରାନ୍ତି ତେବେ ଭୋଟର ତାଲିକାରୁ ନାମ କଟିବାର ସମ୍ଭାବନା ଅଛି। ତେଣୁ ଯେଉଁମାନେ ଫର୍ମ ପାଇଛନ୍ତି ତାକୁ ତୁରନ୍ତ ପୂରଣ କରି ଫେରାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଏସ୍ଆଇଆର୍ରେ ଫର୍ମ ପାଇଲେଣି ୩.୧୫କୋଟି ଭୋଟର
ଜୁନ୍ ୨୮ ସୁଦ୍ଧା ଫର୍ମ ପୂରଣ କରି ଦେବାକୁ ହେବ
ସିଇଓଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩,୧୫,୧୮,୪୧୨ଜଣଙ୍କୁ ପରିଗଣନା ଫର୍ମ ବଣ୍ଟା ଯାଇଥିବାବେଳେ ଯେଉଁମାନେ ଫର୍ମ ପୂରଣ କରି ଫେରାଉଛନ୍ତି ସେଗୁଡ଼ିକୁ ଡିଜିଟାଇଜ୍ କରାଯାଉଛି। ଏବେ ସୁଦ୍ଧା ୩୯,୮୩,୪୮୬ଜଣ ଭୋଟରଙ୍କ ତଥ୍ୟ ଡିଜିଟାଇଜ୍ କରାଯାଇଛି। ଏହାସହ ଭୋଟରମାନେ ଚାହିଁଲେ ନିର୍ବାଚନ କମିସନଙ୍କ ସରକାରୀ ୱେବସାଇଟ୍ (voters.eci.gov.in)ରୁ ଏହି ଫର୍ମ ଡାଉନଲୋଡ୍ କରି ତଥ୍ୟ ପୂରଣ କରିପାରିବେ। ଏହାକୁ ନିଜେ ମଧ୍ୟ ଅପଲୋଡ୍ କରିପାରିବେ। କିନ୍ତୁ ସମସ୍ତଙ୍କୁ ଫର୍ମ ପୂରଣ କରି ଅନଲାଇନ୍ ହେଉ କି ଅଫଲାଇନ୍ରେ ଦେବାକୁ ପଡ଼ିବ। ସେହିପରି କୌଣସି ଭୋଟରଙ୍କର ଫର୍ମ ବଣ୍ଟନ, ସଂଶୋଧନ କିମ୍ବା ଅନ୍ୟ କୌଣସି ସମସ୍ୟା ଥିଲେ, ସେମାନେ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରି ସହାୟତା ପାଇପାରିବେ।
ସୌଜନ୍ୟ ସମ୍ବାଦ




