ରାଜଧାନୀରେ ଲଜ୍ଜା : ପେଶାରେ ପୂଜକ ମନରେ ପାପ ,ଦୁଇ ଶିଶୁ କନ୍ୟାଙ୍କୁ ବଳାତ୍କାର..

ଭୁବନେଶ୍ୱର,୨୮\୧୧: ବୁଲି ବୁଲି ପୂଜା କରୁଥିଲା । ହେଲେ ମନରେ ଭରି ରହିଥିଲା ପାପ । ଆଉ ପୂଜକର ଏହି ପାପର ଶିକାର ହୋଇଛନ୍ତି ୭ ବର୍ଷର ଦୁଇ ନାବାଳିକା । ପୂଜକ ଜଣଙ୍କ ଦୁଇ ନାବାଳିକାଙ୍କୁ ବଳାତ୍କାର କରିଛି । ଏଭଳି ଅମାନବୀୟ ଘଟଣା ଘଟିଛି ରାଜଧାନୀର ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ପୂଜକକୁ ପିଛା କରି ବ୍ରହ୍ମପୁରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ନଳିନୀକାନ୍ତ ଆଚାର୍ଯ୍ୟ (୬୬) । ଘର ଗଞ୍ଜାମ ପାଟପୁର ଥାନା ଡେଙ୍ଗାପଦର । ସେ ଭୁବନେଶ୍ୱର ଗ୍ୟାରେଜ ଛକ ସୂର୍ଯ୍ୟବିହାର ଅଞ୍ଚଳରେ ପରିବାର ସହ ରହୁଥିଲା ।
ପୁଲିସ ସୂଚନା ଅନୁଯାୟୀ, ନଳିନୀ ପ୍ରାୟ ୩୦ ବର୍ଷ ଧରି ଓଲ୍ଡଟାଉନ୍ ଅଞ୍ଚଳରେ ପୂଜକ ଭାବେ କାମ କରିବା ସହ ଘର ଭଡ଼ା ଲଗାଇ ପରିବାର ଚଳାଉଥିଲା । ସଂପର୍କ ଭଲ ଥିବାରୁ ପଡ଼ୋଶୀଙ୍କ ୭ ବର୍ଷର ଦୁଇ ନାବାଳିକା ନଳିନୀ ଘରକୁ ଯିବାଆସିବା କରନ୍ତି । ସେମାନେ ନଳିନୀଙ୍କୁ ବ୍ରାହ୍ମଣ ଅଙ୍କଲ ବୋଲି ସମ୍ବୋଧନ କରନ୍ତି । ମନରେ ପାପ ଭରି ରହିଥିବା ନଳିନୀର ଲୋଲୁପ ଦୃଷ୍ଟି ୨ ନାବାଳିକାଙ୍କ ଉପରେ ପଡ଼ିଥିଲା । ତେଣୁ ସେ ସବୁବେଳେ ଘରକୁ ଡାକି ଚକୋଲେଟ୍ ଦେବା ସହ ସେମାନଙ୍କୁ ଗେଲ କରୁଥିଲା । ଦୁଇ ନାବାଳିକାଙ୍କ ପରିବାର ଲୋକେ କିନ୍ତୁ ନଳିନୀର ପାପନଜରକୁ ଅଣଦେଖା କରି ଆସୁଥିଲେ ।
ସୌଜନ୍ୟ ପ୍ରମେୟ




