ରାଜ୍ୟ

ଲଗାଣ ବର୍ଷା ଓ ପବନରେ ଭାଙ୍ଗିଲା ଗଛ; ପିପିଲି -ଜଟଣୀ ରାସ୍ତାରେ ସାଢେ ୩ଘଣ୍ଟା ଯାତାୟାତ ବ୍ୟାହତ

ପିପିଲି: ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନରେ ଏକ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିବା ଫଳରେ ପିପିଲି -ଜଟଣୀ ରାସ୍ତାରେ ସାଢେ ୩ଘଣ୍ଟା କାଳ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଗଛ କାଟି ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ଲଗାଣ ବର୍ଷା ଓ ପବନ ଫଳରେ ବୁଧବାର ରାତି ପ୍ରାୟ ସାଢେ ୪ଟା ସମୟରେ ମଠସାହି ବଜାର ଠାରେ ଥିବା ଏକ ବିରାଟ ଚାକୁଣ୍ଡା ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ଗଛଟି ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରି ରଖିବା ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଥିଲା। ପିପିଲି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ୩ ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି ରାସ୍ତା ଉପରୁ ଗଛକୁ କାଟି ସଫା କରିଥିଲେ। ଫଳରେ ଗୁରୁବାର ସକାଳ ୮ଟାରେ ଉକ୍ତ ରାସ୍ତା ଦେଇ ଯାତାୟାତ ସ୍ୱାଭାବିକ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button