ରାଜ୍ୟ

Shrimandir shola puja : ଶନିବାରଠୁ ଶ୍ରୀମନ୍ଦିରରେ ଷୋଳପୂଜା, ୧୭ରେ ମହାସପ୍ତମୀ ୨୧ରେ ଦଶହରା

ପୁରୀ,୩୦\୯ : ଆସନ୍ତା ୩ ତାରିଖ ଶନିବାର ମୂଳାଷ୍ଟମୀ । ଶ୍ରୀମନ୍ଦିରରେ ଆରମ୍ଭ ହେବ ଶ୍ରୀକ୍ଷେତ୍ରାଧିଶ୍ୱରୀ ମା’ ବିମଳାଙ୍କ ଷୋଡ଼ଶଦିନାତ୍ମକ ପୂଜାର୍ଚ୍ଚନା । ଅନୁଷ୍ଠିତ ହେବ ମା’ଙ୍କର ସହସ୍ର କୁମ୍ଭାଭିଷେକ ନୀତି । ଏହି ଅବସରରେ ବଡ଼ଦେଉଳରେ ପାଳିତ ହେବ ଦୁର୍ଗାମାଧବ ଉପାସନା । ୧୧ ତାରିଖ ରବିବାରଠାରୁ ଦୁର୍ଗା-ମାଧବ ନାରାୟଣୀ ମନ୍ଦିରକୁ ବିଜେ କରିବେ । ଏହାକୁ ଶାକ୍ତ ତଥା ଗୁପ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ । ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ରହିଛି । ହେଲେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଦୁର୍ଗାଙ୍କ ଉପାସନାର ପ୍ରଚଳନ ରହିଛି । ୨୧ ତାରିଖ ବୁଧବାର ଦଶହରା ପୂଜା ଅନୁଷ୍ଠିତ ହେବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button