ରାଜ୍ୟ

Campus Election: ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା, ଦଶହରା ଛୁଟି ପୂର୍ବରୁ ଶେଷ ହେବ ନିର୍ବାଚନ ପ୍ରକ୍ରିୟା !

ଭୁବନେଶ୍ୱର, ୦୩/ ୧୦: ବହୁ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ ହେବ ।  ଏନେଇ ଶନିବାର ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ।  ବିଜ୍ଞପ୍ତି  ପ୍ରକାଶ ସହ କେଉଁ ଦିନ କଣ ସବୁ ପ୍ରକ୍ରିୟା ରହିବ ସେସବୁର ସଂପୂର୍ଣ୍ଣ  ତାଲିକା ପ୍ରକାଶ ହେବ । ଦଶହରା  ଛୁଟି ପୂର୍ବରୁ ଏହି ନିର୍ବାଚନ ପ୍ରକ୍ରିୟା  ଶେଷ କରାଯିବ । କେବଳ ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ  ନିର୍ବାଚନ କରାଯିବ ବୋଲି ବିଶେଷ  ସୂତ୍ରରୁ ଖବର ମିଳିଛି ।

ସୂଚନାଯୋଗ୍ୟ, ଗତ ୨୦୧୮  ମସିହାରୁ ବିଭିନ୍ନ ଆଳ ଦେଖାଇ  ସରକାର ଛାତ୍ର ସଂସଦ ନିର୍ବାଚନ  ବନ୍ଦ କରିଛନ୍ତି । ୨୦୨୪ ମସିହାରେ  ବିଜେପି ସରକାରକୁ ଆସିବା ପୂର୍ବରୁ ନିଜର ନିର୍ବାଚନୀ ଇସ୍ତାହାରରେ  ଛାତ୍ର ସଂସଦ ନିର୍ବାଚନ କରାଇବା  ନେଇ ପ୍ରତିଶୃତି ଦେଇଥିଲା ।  ସରକାର ଆସିବା ପରେ ଖୁବ୍‌ କମ୍‌  ଦିନ ଥିବାରୁ ସରକାର ନିର୍ବାଚନୀ  ପ୍ରସ୍ତୁତି କରିନଥିଲେ । ଏହାକୁ  ନେଇ ଛାତ୍ର ବିଜେଡିଠୁ ଆରମ୍ଭ କରି ଏବିଭିପି, ଛାତ୍ର କଂଗ୍ରେସ ଭଳି  ପ୍ରମୁଖ ଛାତ୍ର ସଂଗଠନ ମାନେ ଛାତ୍ର ସଂସଦ  ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ ।  ଏପରିକି ଉଚ୍ଚଶିକ୍ଷା ମନ୍ତ୍ରୀ ଏକ ପ୍ରକାର ଗ୍ରୀନ୍‌  ସିଗ୍‌ନାଲ ଦେଇ କହିଥିଲେ, ସରକାର ଛାତ୍ର  ସଂସଦ ନିର୍ବାଚନ ନେଇ ସକାରାତ୍ମକ ଅଛନ୍ତି । ଏନେଇ ବିଚାର ଚାଲିଛି ଠିକ୍‌ ସମୟରେ ଠିକ୍‌  ନିଷ୍ପତ୍ତି ନିଆଯିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button