ରାଜ୍ୟ

Haunted House: ଛାୟା ନିବାସ ‘ଭୂତକୋଠି’ର ରହସ୍ୟ…ଯେଉଁଠି ରାତିରେ ଶୁଭୁଥିଲା ଘୁଙ୍ଗୁର ଶବ୍ଦ, ରଡ଼ି ଛାଡ଼ୁଥିଲେ ବିଲୁଆ, କୋକିଶିଆଳି

ଭୁବନେଶ୍ୱର,୦୩/ ୧୦(ବିଜୟ ମିଶ୍ର):  ସନ୍ଧ୍ୟା ହେଲେ ଫଡ଼ ଫଡ଼ ହୋଇ  ଉଡ଼ିଯାଉଥିଲେ ଦଳ ଦଳ ଚେମେଣି ।  ଭଙ୍ଗା କାନ୍ଥ ଉହାଡ଼ରୁ ପେଚାର ଅନୁନାଶିକ  ହୁଁ ହୁଁ ଡାକ ଭୀତି ସଞ୍ଚାର କରୁଥିଲା ।  ପରିତ୍ୟକ୍ତ ଘରେ ଲୁଚି ରହିଥିବା  ବିଲୁଆ, କୋକିଶିଆଳି, ଶାଳିଆପତନି  ରଡ଼ି ଛାଡ଼ି ପଦାକୁ ବାହାରୁଥିଲେ ।  ଆମ୍ବ, ଜାମୁ ଗଛରେ ପବନ ପିଟି  ହୋଇ ସାଏଁ ସାଏଁ ଶବ୍ଦ କରୁଥିଲା ।  କିଟି କିଟି ଅନ୍ଧାର ଭିତରେ ଅସଂଖ୍ୟ  ଜୁଳୁଜୁଳିଆ ପୋକଙ୍କ ନୀଳ ଆଲୋକ  ବାତାବରଣକୁ ଆହୁରି ପୈଶାଚିକ କରି  ଦେଉଥିଲା । ଲୋକେ ସନ୍ଧ୍ୟା ପରେ ସେପଟେ ଯିବାକି ଭୟ କରୁଥିଲେ ।

ଆଜକୁ ପ୍ରାୟ ୫୦ ବର୍ଷ ତଳେ  କେଦାରଗୌରୀ ରାସ୍ତା କଡ଼ ଭାସ୍କରେଶ୍ୱର  ମନ୍ଦିର ସାମନାରେ ଏମିିତି ପରିବେଶରେ  ଏକ ଜରାଜୀର୍ଣ୍ଣ ଦ୍ୱିତଳ ପ୍ରାସାଦ ଠିଆ  ହୋଇଥିଲା । ନାଁ ଥିଲା ଛାୟା ନିବାସ ।  ଆଜକୁ ପ୍ରାୟ ୧୫୦ ବର୍ଷ ତଳେ ଜଣେ  ବଙ୍ଗାଳି ଜମିଦାର ଏହି କୋଠିକୁ ନିର୍ମାଣ  କରିଥିଲେ ବୋଲି କୁହାଯାଏ । ସଂପୃକ୍ତ  ଜମିଦାରଙ୍କ ପରିବାର ଗ୍ରୀଷ୍ମକାଳରେ ଏଠାରେ ରହି କେଦାରଗୌରୀ ଅଞ୍ଚଳର  ଅପୂର୍ବ ସବୁଜିମାର ଶୋଭା ଉପଭୋଗ  କରୁଥିଲେ । ସ୍ୱାଧୀନତା ପରେ ଜମିଦାରୀ  ଉଚ୍ଛେଦ ହୋଇଗଲା । ସଂପୃକ୍ତ ବଙ୍ଗାଳି  ଆଉ ଛାୟା ନିବାସକୁ ଆସିଲେ ନାହିଁ ।  କାଳକ୍ରମେ କୋଠାଟି ଜରାଜୀର୍ଣ୍ଣ  ହୋଇଗଲା ।  ଚଟାଣରେ ବଡ଼ ବଡ଼  ଉଇ ହୁଙ୍କା, କାନ୍ଥରେ ଶିଉଳି, ବର ଓସ୍ତ  ଗଛ ମାଡ଼ିଗଲା । କୋଠରିରେ ସାପ,  ବିଛା ବୁଲିଲେ । ଲୋକମୁଖରେ ଏହି  ପ୍ରାସାଦଟି ଭୂତକୋଠି ପାଲଟିଗଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button