Lakshmivarah College SIne die ଲକ୍ଷ୍ମୀବରାହ କଲେଜ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ, ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ
ଆଳିର ଲକ୍ଷ୍ମୀବରାହ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରେ କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଛି। ନିର୍ବାଚନ ମଧ୍ୟ ବାତିଲ କରାଯାଇଛି।

ଆଳି: ଛାତ୍ରସଂସଦ ନିର୍ବାଚନକୁ ନେଇ ଆଳି ବ୍ଲକ୍ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ମହାବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ବନ୍ଦ (ସାଏନ୍ ଡାଏ) ଘୋଷଣା କରାଯାଇଛି। ଏହାସହ ମହାବିଦ୍ୟାଳୟରେ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନକୁ ମଧ୍ୟ ବାତିଲ କରାଯାଇଛି।
କଲେଜ୍ ଅଧ୍ୟକ୍ଷ ଅସିତ୍ ରାଉତରାୟ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ପାଇଁ ଗତ ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନଠାରୁ କଲେଜରେ ଅଳ୍ପବହୁତ ଉତ୍ତେଜନା ଲାଗିରହିଛି। ଆଜି ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟକୁ ସାଏନ୍ ଡାଏ ଘୋଷଣା କରିଛନ୍ତି।
ଅପରପକ୍ଷରେ, ମହାବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, କେତେକ ଦୁର୍ବୃତ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଆକ୍ରମଣ କରି ନିର୍ବାଚନ ଫାଇଲ୍ ଓ ସିସିଟିଭିର ହାର୍ଡଡିସ୍ ନେଇଯାଇଛନ୍ତି। ଏହି ପ୍ରସଙ୍ଗରେ ସେମାନେ ଆଜି କଲେଜ ଫାଟକ ସମ୍ମୁଖ ରାସ୍ତାରେ ଧାରଣା ବସିଥିଲେ। ଆଳି ତହସିଲଦାର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଏକ ଦାବିପତ୍ର ଗ୍ରହଣକରିଥିଲେ।
ସୌଜନ୍ୟ ସମ୍ବାଦ




