Pension issue: ଭତ୍ତା ପ୍ରଦାନରେ ବିଚିତ୍ର ବ୍ୟବସ୍ଥା,ଶ୍ବଶୁରର ହଜାରେ ବୋହୂର ୩୫ଶହ ଭତ୍ତା !

ଆନନ୍ଦପୁର,୨୮\୧୧: ଅନଲାଇନ୍ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ନେଇ ଆନନ୍ଦପୁର ପୌରପାଳିକାରେ ବିଚିତ୍ର ଦୃଶ୍ୟ ଚର୍ଚ୍ଚାକୁ ଆସିଛି । ପ୍ରାୟ ୯୦ ବର୍ଷର ଶ୍ୱଶୁରକୁ ଅନ୍ଲାଇନରେ ହଜାରେ ଟଙ୍କା ମିଳୁଥିବାବେଳେ ପ୍ରାୟ ୬୧ ବର୍ଷର ବୋହୂଙ୍କୁ ମିଳୁଛି ବର୍ଦ୍ଧିତ ୩୫ ଶହ ଟଙ୍କାର ଭତ୍ତା । ଏଥିପାଇଁ ଦାୟୀ କିଏ ? ଏଭଳି ଗୁରୁତର ଅଭିଯୋଗ ପୌରପାଳିକା ୯ ନଂ ୱାଡ଼ ର୍ର କାଉନସିଲର ସନତ୍ କର ଆଣିଛନ୍ତି । କାଉନସିଲରଙ୍କ ଅଭିଯୋଗ ଅନୁଯାୟୀ ଅନଲାଇନ ଭତ୍ତା ପ୍ରଦାନର ମାପକାଠି କଣ, ଏଭଳି ଅବ୍ୟବସ୍ଥାର ଦୋଷୀ କିଏ । ଏପରିକି କାଉନସିଲରଙ୍କ ଅଭିଯୋଗ ଅନୁଯାୟୀ ୯ ନଂ ୱାଡ଼ ର୍ର ଅନେକ ଭତ୍ତା ହିତାଧିକାରୀଙ୍କର ଦୁଇରୁ ତିନି ମାସ ହେବ ମୃତ୍ୟୁ ହୋଇଥିଲେ ବି ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଅନଲାଇନ୍ ମାଧ୍ୟମରେ ଭତ୍ତା ଆସୁଛି ।
ଅପରପକ୍ଷରେ ୱାର୍ଡର ଅନେକ ହିତାଧିକାରୀ ଭତ୍ତାକୁ ଚାହିଁ ବସିଥିବାବେଳେ ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦିଆଯାଉନି । ଫଳରେ ମୃତ ହିତାଧିକାରୀଙ୍କ ଜମାଖାତାକୁ ଭତ୍ତା ଆସିଚାଲିଛି, ଅପେକ୍ଷାରେ ଥିବା ହିତାଧିକାରୀ ଭତ୍ତାକୁ ଚାହିଁବସିଛନ୍ତି । ଏଭଳି ଗୁରୁତର ପ୍ରସଙ୍ଗ ଉପରେ ଦୃଷ୍ଟି କିଏ ଦେବ, ତଦନ୍ତ କିଏ କରିବ, କାର୍ଯ୍ୟାନୁଷ୍ଠାନ କେବେ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୌଜନ୍ୟ ପ୍ରମେୟ




