ରାଜ୍ୟ
Pitru Mahotsav: ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ
ନୂଆଦିଲ୍ଲୀ ଠାରେ ନିକଟରେ ପିତୃ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ହାଉଜ଼ଖାସସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମହାକାଂକ୍ଷା ୱେଲ୍ଫେୟାର ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ଭବ୍ୟ ଉତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର...

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ନିକଟରେ ପିତୃ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ହାଉଜ଼ଖାସସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମହାକାଂକ୍ଷା ୱେଲ୍ଫେୟାର ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ଭବ୍ୟ ଉତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିବା ଦେଖା ଯାଇଥିଲା। ପିତୃପୁରୁଷଙ୍କର ସଦ୍ଗତି, ସ୍ୱର୍ଗପ୍ରାପ୍ତି ଓ ମୋକ୍ଷ କାମନା କରି ଫାଉଣ୍ଡେସନର ପ୍ରତିଷ୍ଠାତା ଦମ୍ପତି ପୁଷ୍ପାଞ୍ଜଳି ବାରିକ ଓ ବିମଳ ଭଳଙ୍କର ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମ ଭକ୍ତିପୂତ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା। ପିତୃପକ୍ଷ ଅବସରରେ ଏହି ଦମ୍ପତି ବିହାରର ମୁଖଗୟାଠାରେ ପିତୃକୁଳ, ମାତୃକୁଳ, ମାତୁଳକୁଳ ଏବଂ ଶ୍ୱଶୁରକୁଳର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବିଷ୍ଣୁପାଦ ମନ୍ଦିର, ଫାଲଗୁ ନଦୀ ଓ ଅକ୍ଷୟବଟ ଠାରେ ପିଣ୍ଡଦାନ କରିଥିଲେ।
ସୌଜନ୍ୟ ସମ୍ବାଦ




