ରାଜ୍ୟ

Tribals: ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା: ୨୪୭ ଜଙ୍ଗଲ ଜମି ଅଧିକାର ପ୍ରକୋଷ୍ଠ ବନ୍ଦ

ରାଜ୍ୟର ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବା ପ୍ରସଙ୍ଗରେ ଓଡ଼ିଶା ସରକାର ନିରବ। ଏହି ଆଇନ କାର୍ଯ୍ୟକାରୀ ପାଇଁ ତୃଣମୂଳସ୍ତରରେ କାମ କରୁଥିବା ସୁନ୍ଦରଗଡ଼ର ୧୮ଟି ପ୍ରକୋଷ୍ଠ (ସେଲ୍‌) ସମେତ ରାଜ୍ୟର ୨୪୭ଟି ପ୍ରକୋଷ୍ଠକୁ ୨୦୨୫ ସେପ୍ଟେମ୍ବରରୁ ବନ୍ଦ କରି ଦିଆଯାଇଛି।

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ରାଜ୍ୟର ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବା ପ୍ରସଙ୍ଗରେ ଓଡ଼ିଶା ସରକାର ନିରବ। ଏହି ଆଇନ କାର୍ଯ୍ୟକାରୀ ପାଇଁ ତୃଣମୂଳସ୍ତରରେ କାମ କରୁଥିବା ସୁନ୍ଦରଗଡ଼ର ୧୮ଟି ପ୍ରକୋଷ୍ଠ (ସେଲ୍‌) ସମେତ ରାଜ୍ୟର ୨୪୭ଟି ପ୍ରକୋଷ୍ଠକୁ ୨୦୨୫ ସେପ୍ଟେମ୍ବରରୁ ବନ୍ଦ କରି ଦିଆଯାଇଛି। ଯାହାଫଳରେ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସମ୍ପର୍କିତ କାର୍ଯ୍ୟ ଅଟକି ଯାଇଛି। ଏଭଳି ସ୍ଥିତିରେ ପ୍ରକୋଷ୍ଠକୁ ପୁଣି କାର୍ଯ୍ୟକ୍ଷମ କରି ଜଙ୍ଗଲ ଜମି କାର୍ଯ୍ୟ ଆ‌ଗେଇ ନେବାକୁ ୨୦୨୬ ଫେବ୍ରୁଆରି ୨୪ରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ବିଭାଗ’ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ୬ ମାସ ହେଲା ଏହାକୁ ପକାଇ ରଖିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ କେନ୍ଦ୍ରର ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିଥିବାବେଳେ ଓଡ଼ିଶା ସରକାର କାହିଁକି ହାତବାନ୍ଧି ବସିଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ଏଥିରୁ ଆଦିବାସୀଙ୍କ ପାଇଁ ସରକାରଙ୍କ ମିଛ କାନ୍ଦଣା ପଦାରେ ପଡ଼ି ଯାଇଥିବା କହିଛନ୍ତି ଆଦିବାସୀ ନେତା ରାଜେନ୍ଦ୍ର ନାଏକ, ଆଲବର୍ଟ କିଣ୍ଡୋ ଓ ବିବୋଲ ଟପ୍ପୋ। ଜଙ୍ଗଲ ଅଧିକାର ଆଇନରେ ଆଦିବାସୀଙ୍କୁ ଅଧିକାର ଦେବାକୁ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଅନ୍ୟ ଜିଲ୍ଲାରେ ଜିଲ୍ଲା ମଙ୍ଗଳ ବିଭାଗ ଏହାକୁ ସମ୍ପାଦିତ କରି ଆସୁଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button