ରାଜ୍ୟ

Murder: କୋଇଡ଼ାରେ ଜଗୁଆଳିଙ୍କୁ ହତ୍ୟା: କ୍ରସର ଜଗିଥିବା ବେଳେ ସନାତନ ମୁଣ୍ଡାଙ୍କ ମୃତ୍ୟୁ; ପୁଲିସର ତଦନ୍ତ ଜାରି

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରେ କ୍ରସର ଜଗୁଆଳି ସନାତନ ମୁଣ୍ଡାଙ୍କୁ ହତ୍ୟା। ନୂତନ ଖଣି ଖୋଲିବାକୁ ନେଇ ପୂର୍ବରୁ ଅଶାନ୍ତି ଲାଗି ରହିଥିବା ବେଳେ ଘଟଣାର କାରଣ ଖୋଜୁଛି ପୁଲିସ।

କୋଇଡା: ସୁନ୍ଦରଗଡ଼ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରେ ଅଘଟଣ। ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳିସନାତନ ମୁଣ୍ଡା (୪୫)ଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ। ଗତକାଲି ରାତିରେ କମ୍ପାନୀ ସାମଗ୍ରୀ ଜଗି ରହିଥିବା ବେଳେ ଘଟିଛି ଏହି ହତ୍ୟାକାଣ୍ଡ।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ସୂଚନା ଅନୁଯାୟୀ, ସର୍ଗୀଗଡ଼ ଗାଁରେ ନୂତନ ଖଣି ଖୋଲିବାକୁ ନେଇ ପୂର୍ବରୁ ଅଶାନ୍ତି ଲାଗିରହିଥିଲା। ହତ୍ୟାକାଣ୍ଡର କାରଣ ଓ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ
ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button