ରାଜ୍ୟ

Boat: ପାରାଦୀପ ମହାନଦୀ ମୁହାଣରେ ଉଚ୍ଚ ଲହଡ଼ିରେ ଦୁଇଫାଳ ହେଲା ଟାପା ବୋଟ୍, ୫ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

ପାରାଦୀପ ନେହେରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଉଚ୍ଚ ସମୁଦ୍ର ଲହଡ଼ି ମାଡ଼ରେ ଏକ ଟାପା ବୋଟ୍ ଦୁଇଫାଳ ହୋଇଯାଇଛି। ମାଛ ଧରି ଫେରୁଥିବା ବେଳେ ଘଟିଥିବା ଏହି ଅଘଟଣରେ ଅନ୍ୟ ଏକ ବୋଟ୍ ସହାୟତାରେ ୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି।

ଜଗତସିଂହପୁର: ପାରାଦୀପର ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଅଘଟଣ। ଉଚ୍ଚ ସମୁଦ୍ର ଲହଡ଼ିରେ ଭାଙ୍ଗିଲା ଟାପା ବୋଟ। ବୋଟ ଭାଙ୍ଗି ଦୁଇଫାଳ ହୋଇଥିବା ସୂଚନା। ଏକ ଟାପା ବୋଟ ସମୁଦ୍ରରୁ ମାଛଧରି ଫେରୁଥିବା ବେଳେ ସମୁଦ୍ର ମୁହାଁଣ ମୁହଁରେ ଏକ ଉଚ୍ଚ ଲହଡ଼ି ବୋଟ ଦେହରେ ମାଡ଼ ହେବାରୁ ବୋଟଟି ଦୁଇଫାଳ ହୋଇଯାଇଥିଲା। ତେବେ ମାଛ ଧରି ଫେରୁଥିବା ଅନ୍ୟ ଏକ ଟାପା ବୋଟର ସହାୟତାରେ ସୁରକ୍ଷିତ ଭାବେ ୫ ଜଣ ମତ୍ସ୍ୟଜୀବୀ ସହ ଟାପା ବୋଟ୍ କୁ ଉଦ୍ଧାର କରାଯାଇ ଅଣାଯାଇଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button