ଦେଶ ବିଦେଶ

Himanta Biswa Sarma: ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଶ ମଧ୍ୟ ବଙ୍କା କରିପାରିବେ ନାହିଁ ରାହୁଲ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ର ଉଦ୍‌ଯାପନୀ ସମାରୋହ ଏବଂ ବାରାଣସୀରେ ଦିଆଯାଇଥିବା ବୟାନ ପରେ ଦେଶରେ ଚର୍ଚ୍ଚା ଜୋରଧରିଛି।

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ର ଉଦ୍‌ଯାପନୀ ସମାରୋହ ଏବଂ ବାରାଣସୀରେ ଦିଆଯାଇଥିବା ବୟାନ ପରେ ଦେଶରେ ଚର୍ଚ୍ଚା ଜୋରଧରିଛି। ବଡନଗରରୁ ବାରାଣସୀ ପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତାମାନେ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି।

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ କରିଛନ୍ତି। ସେ ଖୋଲା ଚେତାବନୀ ଦେଇ କହିଛନ୍ତି, ଯେତେବେଳ ପର୍ଯ୍ୟନ୍ତ ଦେଶରେ ସନାତନ ଶକ୍ତି ଅଛି, ସେତେବେଳ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେଶ ବଙ୍କା କରିପାରିବେ ନାହିଁ।

ବାରାଣସୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଏକଦା ସମୟ ଥିଲା, ଯେତେବେଳେ ବିଜେପି କେବଳ ମୁଖ୍ୟ ବିରୋଧୀ ଦଳ କୁହାଯାଉଥିଲା। କିନ୍ତୁ ୨୦୧୪ରେ ମୋଦୀଙ୍କ ନେତୃତ୍ବରେ ପାର୍ଟି ଦେଶରେ କ୍ଷମତାକୁ ଆସିଥିଲା ଏବଂ ଆଜି ଦେଶବ୍ୟାପୀ ଆମର ୨୫୩୦ରୁ ଅଧିକ ବିଧାୟକ ଅଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button