ଦେଶ ବିଦେଶ

BJP: ରାହୁଲଙ୍କୁ ବିଜେପିର ଟାର୍ଗେଟ୍‌: ‘ଗଣତନ୍ତ୍ରର ଧ୍ୱଂସକାରୀ’ କହିଲେ ସିଆର୍‌ କେଶବନ

ଆକାଶବାଣୀ ଭବନରେ ବିନା ଅନୁମତିରେ ପ୍ରବେଶ କରିବା ଅଭିଯୋଗରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିବା ପରେ ବିଜେପି ଓ ଇଣ୍ଡିମେଣ୍ଟ ମଧ୍ୟରେ ରାଜନୈତିକ ବାଗ୍‌ଯୁଦ୍ଧ ତୀବ୍ର ହୋଇଛି।

ନୂଆଦିଲ୍ଲୀ:ଆକାଶବାଣୀ ଭବନରେ ବିନା ଅନୁମତିରେ ପ୍ରବେଶ କରିବା ଅଭିଯୋଗରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିବା ପରେ ବିଜେପି ଓ ଇଣ୍ଡିମେଣ୍ଟ ମଧ୍ୟରେ ରାଜନୈତିକ ବାଗ୍‌ଯୁଦ୍ଧ ତୀବ୍ର ହୋଇଛି। ବିଜେପି ରାହୁଲଙ୍କୁ ଟାର୍ଗେଟ୍‌ କରି ସେ ଦେଶରେ ଅରାଜକତା ସୃଷ୍ଟି ସହ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ କରୁଥିବା ଅଭିଯୋଗ କରିଛି। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ‘ଏକଚ୍ଛତ୍ରବାଦୀ’ ବୋଲି କହିଛନ୍ତି।

ଦେଶର ବିକାଶରେ ବାଧା

କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏଫ୍‌ଆଇଆର୍‌କୁ ନେଇ ରାହୁଲଙ୍କ ପକ୍ଷ ରଖି କହିଛନ୍ତି ଯେ ରାହୁଲ ଏକାକୀ ଆକାଶବାଣୀ ଭବନରେ ପ୍ରବେଶ କରିନଥିଲେ। ତାଙ୍କ ସହ ଅନ୍ୟ ସାଂସଦମାନେ ମଧ୍ୟ ଥିଲେ। ସେ କୌଣସି ଆଇନ ଭାଙ୍ଗିନାହାନ୍ତି ବୋଲି ମସୁଦ କହିଛନ୍ତି। ଏଫ୍‌ଆଇଆର୍‌ ହୋଇଥିଲେ ମଧ୍ୟ ବିରୋଧୀ ଆନ୍ଦୋଳନରୁ ପଛକୁ ହଟିବେ ନାହିଁ ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ମନୋଜ ପାଣ୍ଡେ ମଧ୍ୟ ରାହୁଲଙ୍କ ସମର୍ଥନରେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ସରକାର ବିରୋଧୀଙ୍କ ଜନସମର୍ଥନ ଦେଖି ଭୟଭୀତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ଜବାବରେ ବିଜେପି ବିଧାନ ପରିଷଦ ସଦସ୍ୟ ପରିଣୟ ଫୁକେ ରାହୁଲଙ୍କ ଆନ୍ଦୋଳନକୁ ଦେଶର ଛବି ଖରାପ କରିବାର ପ୍ରୟାସ ବୋଲି କହିଛନ୍ତି। ଏଭଳି ଆନ୍ଦୋଳନ ଦେଶର ବିକାଶରେ ବାଧା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ବିଜେପିର ଜାତୀୟ ମୁଖପାତ୍ର ସିଆର୍‌ କେଶବନ ରାହୁଲଙ୍କୁ ‘ଗଣତନ୍ତ୍ରର ଧ୍ୱଂସକାରୀ’ ବୋଲି କହିଛନ୍ତି। ନିର୍ବାଚନରେ ଜିତିପାରୁ ନ ଥିବାରୁ ରାହୁଲ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍‌ କରି ଅରାଜକତା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ବିରୋଧୀ ଦଳ ନେତା ଭାବେ ଦାୟିତ୍ବପୂର୍ଣ୍ଣ ଆଚରଣ କରିବାକୁ ସେ ରାହୁଲଙ୍କୁ ଆହ୍ବାନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button