ଦେଶ ବିଦେଶ
Indian Army: ସୁରକ୍ଷା ଚିନ୍ତା: ଭାରତୀୟ ସେନା ରାଡାର୍ରେ ୮୭ ମୋବାଇଲ ଆପ୍
ଡାଟା ସୁରକ୍ଷା ଏବଂ ସମ୍ବେଦନଶୀଳ ତଥ୍ୟ ପ୍ରଘଟ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏହାର କର୍ମଚାରୀମାନଙ୍କୁ ୮୭ଟି ମୋବାଇଲ ଆପ୍ଲିକେସନ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଯବାନ ଏବଂ ଅଧିକାରୀମାନଙ୍କ ପାଇଁ ଜାରି...

ନୂଆଦିଲ୍ଲୀ: ଡାଟା ସୁରକ୍ଷା ଏବଂ ସମ୍ବେଦନଶୀଳ ତଥ୍ୟ ପ୍ରଘଟ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏହାର କର୍ମଚାରୀମାନଙ୍କୁ ୮୭ଟି ମୋବାଇଲ ଆପ୍ଲିକେସନ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଯବାନ ଏବଂ ଅଧିକାରୀମାନଙ୍କ ପାଇଁ ଜାରି କରାଯାଇଥିବା ଏହି ତାଲିକାରେ ମେସେଜିଂ ଏବଂ ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭ କରି ଅନଲାଇନ୍ ସପିଂ, ଡେଟିଂ, ଗେମିଂ ଏବଂ ଭିଡିଓ ଷ୍ଟ୍ରିମିଂ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସେବା ଅନ୍ତର୍ଭୁକ୍ତ ରହିଛି।
ସୌଜନ୍ୟ ସମ୍ବାଦ




