ରାଜ୍ୟ
Loot of Mineral Funds-14: ଖଣିଜ ପାଣ୍ଠି ଲୁଟ୍-୧୪: ~୨୩ କୋଟି ମଜୁରି ନେଇଛନ୍ତି ଶ୍ରମିକ, ଆପତ୍ତି ଉଠାଇଛନ୍ତି ସିଏଜି
ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନ (ଡିଏମ୍ଏଫ୍) ପାଣ୍ଠି ବିନିଯୋଗକୁ ନେଇ ଯାଜପୁର ଜିଲ୍ଲାରେ ଏକ ବଡ଼ଧରଣର ଆର୍ଥିକ ଅନିୟମିତତା ପଦାକୁ ଆସିଛି। ସରକାରୀ ନିୟମ ଅନୁସାରେ ଖଣିଜ ପାଣ୍ଠି ବିନିଯୋଗ ହେଉଥିବା ଦର୍ଶାଯାଉଥିବାବେଳେ ବାସ୍ତବରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି।

ଯାଜପୁର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନ (ଡିଏମ୍ଏଫ୍) ପାଣ୍ଠି ବିନିଯୋଗକୁ ନେଇ ଯାଜପୁର ଜିଲ୍ଲାରେ ଏକ ବଡ଼ଧରଣର ଆର୍ଥିକ ଅନିୟମିତତା ପଦାକୁ ଆସିଛି। ସରକାରୀ ନିୟମ ଅନୁସାରେ ଖଣିଜ ପାଣ୍ଠି ବିନିଯୋଗ ହେଉଥିବା ଦର୍ଶାଯାଉଥିବାବେଳେ ବାସ୍ତବରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଖଣି ପ୍ରଭାବିତ ଅଞ୍ଚଳ ଓ ସେଠାକାର ଅଧିବାସୀଙ୍କ ସାମାଜିକ-ଆର୍ଥିକ ବିକାଶ ପାଇଁ ନିର୍ଦ୍ଧାରିତ ପାଣ୍ଠିକୁ ଠିକଣା ବାଟରେ ବିନିଯୋଗ କରାଯାଇନଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ଯୋଜନା ‘ମନରେଗା’ (ଏବେ ‘ବିଭିଜି-ରାମଜି’)ରେ ଅତିରିକ୍ତ ମଜୁରି ପରିଶୋଧ ବାବଦରେ ଖଣିଜ ପାଣ୍ଠିରୁ ୨୩ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହାକୁ ନେଇ ସିଏଜି ଗୁରୁତର ଆପତ୍ତି ଉଠାଇଛନ୍ତି। ଖଣିଜ ପାଣ୍ଠିର ଠିକ୍ ବିନିଯୋଗ ହୋଇନଥିବା ଓ ବିନିଯୋଗ ହୋଇଥିବା ପ୍ରକଳ୍ପଗୁଡ଼ିକ କାମରେ ଲାଗୁନଥିବାରୁ ଏଥିରେ ହୋଇଥିବା ଲୁଟ୍ର ତଦନ୍ତ କରିବାକୁ ଦାବି ହୋଇଛି।
ସୌଜନ୍ୟ ସମ୍ବାଦ




