ରାଜ୍ୟ
Malkangiri Tiger Terror : ମାଲକାନଗିରି ଜନ୍ଦ୍ରାଗୁଡାରେ ହେଟା ବାଘ ଆତଙ୍କ, ୪ ବର୍ଷର ଶିଶୁକୁ ଆକ୍ରମଣ ପରେ ଭୟର ବାତାବରଣ ..

ମାଥିଲି ,୧୯\୮: ମାଲକାନଗିରି ଜନ୍ଦ୍ରାଗୁଡାରେ ୪ ବର୍ଷର ଶିଶୁକୁ ହେଟାବାଘ ଆକ୍ରମଣ ଘଟଣାରେ ଗାଁରେ ଏବେ ଭୟର ବାତାବରଣ । ବନବିଭାଗ ଘଟଣା ନେଇ ତଦନ୍ତ ଆରମ୍ଭ କରିଛି । ପାହାଡ ନିକଟରେ ଥିବା ଏହି ଗାଁ ରେ ସଂଧ୍ୟା ହେଲେ ତାଟି କବାଟ ପଡୁଛି । ଗାଁରେ ବନବିଭାଗ ଏବଂ ପୋଲିସ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।
ମାଲକାନଗିରିକୁ ଲାଗିଥିବା ଛତିଶଗଡର କାଙ୍ଗରଘାଟି ଘଞ୍ଚ ଜଙ୍ଗଲରୁ ବାଘ ଆସିଥିବା ସଂଦେହ କରୁଛି ବନବିଭାଗ । ତେବେ ଘଟଣାଦିନ ପ୍ରବଳ ବର୍ଷା ଯୋଗୁଁ ପାଦ ଚିହ୍ନ ଲିଭିଯାଇଥିବାରୁ ଆକ୍ରମଣ କରିଥିବା ଜନ୍ତୁଟି କଣ ତାହାର ସଠିକ ପ୍ରମାଣ ପାଇପାରିନି ବନବିଭାଗ ।ଆଖପାଖ ଗାଁରେ ମାଇକ ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏହା ସହ ପାଟ୍ରୋଲିଂ ମଧ୍ୟ କରୁଛି ବନବିଭାଗ । ସରକାରୀ ନିୟମ ଅନୁଯାୟୀ ପୀଡିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଭାଗ । ସେପଟେ ଗୁରୁତର ଶିଶୁକୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।
ସୌଜନ୍ୟ ପ୍ରମେୟ




