Odisha Engineering Students’ Association: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘ
ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବର୍ଗର ସଂରକ୍ଷଣ ବ୍ୟବସ୍ଥାକୁ ବୃଦ୍ଧି କରିଥିବାରୁ ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ସଦସ୍ୟମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଧନ୍ୟବାଦ ଜଣାଇଛନ୍ତି।

ଭୁବନେଶ୍ବର: ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବର୍ଗର ସଂରକ୍ଷଣ ବ୍ୟବସ୍ଥାକୁ ବୃଦ୍ଧି କରିଥିବାରୁ ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ସଦସ୍ୟମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଧନ୍ୟବାଦ ଜଣାଇଛନ୍ତି। ସାକ୍ଷାତ ଆଲୋଚନା ସମୟରେ ଓଡ଼ିଶା ସରକାର ଆଗାମୀ ଦିନରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂଘର ସଦସ୍ୟଙ୍କୁ ଭେଟି ଖୁସିବ୍ୟକ୍ତ କରିବା ସହ ଦାବିଗୁଡ଼ିକ ବିଷୟରେ ଗୁରୁତ୍ୱର ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଯାଇଥିବା କମିଟିରେ ସଂଘର ଆବାହକ ସୁମନ କୁମାର ସାହୁ, ରାଜେଶ ପାଣି, ସହ-ଆବାହକ ଗୋପାଳକୃଷ୍ଣ ସାହୁ, ବିଷ୍ଣୁ ପ୍ରସାଦ ପାତ୍ର, ସଭାପତି ଆର୍ୟନ ଦାସ, ଶକ୍ତି ସ୍ମାରକ, ଅଖିଳେଶ କୁମାର, ଅଙ୍କିତ ଯାଦବ, ଜ୍ୟୋତି ପ୍ରଧାନ, ପୁପୁନ୍ ଜେନା, ଓମ୍ ରାଉତ, ଆୟୁଷ ସାମନ୍ତରାୟ, ସୌଭାଗ୍ୟ ରଞ୍ଜନ, ଆୟୁଷ ରେଡ୍ଡୀଙ୍କ ସମେତ ବହୁ ଛାତ୍ରନେତା ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




