ରାଜ୍ୟ

Puri Swargadwar: ପୁରୀ ସ୍ୱର୍ଗଦ୍ୱାରରେ କାଠ ସଙ୍କଟ; ଶବଦାହ ପାଇଁ ୭ ଘଣ୍ଟା ଅପେକ୍ଷା

ପୁଣି ଥରେ ପୁରୀ ସ୍ୱର୍ଗଦ୍ୱାରରେ କାଠ ସଙ୍କଟ ଦେଖିବାକୁ ମିଳିଛି। କାଠ ଅଭାବରୁ ଆଜି ସ୍ୱର୍ଗଦ୍ୱାରରେ ପ୍ରାୟ ୨୫ଟି ଶବ ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିଲା। ଶବଦାହ ପାଇଁ ୭ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଛି। ଧାଡି ବାନ୍ଧିଲେ ପରିଜନ, ସ୍ୱର୍ଗଦ୍ୱାରରେ...

ପୁରୀ (ଶିବ ପ୍ରସାଦ ଦାସ): ପୁଣି ଥରେ ପୁରୀ ସ୍ୱର୍ଗଦ୍ୱାରରେ କାଠ ସଙ୍କଟ ଦେଖିବାକୁ ମିଳିଛି। କାଠ ଅଭାବରୁ ଆଜି ସ୍ୱର୍ଗଦ୍ୱାରରେ ପ୍ରାୟ ୨୫ଟି ଶବ ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିଲା। ଶବଦାହ ପାଇଁ ୭ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଛି। ଧାଡି ବାନ୍ଧିଲେ ପରିଜନ, ସ୍ୱର୍ଗଦ୍ୱାରରେ ଉତ୍ତେଜନା ସକାଳ ୯ଟାରୁ ଆସିଥିବା ପରିବାର ଲୋକେ ସନ୍ଧ୍ୟା ପର୍ଯ୍ୟନ୍ତ ଶବ ଧରି ଅପେକ୍ଷା କରିଥିଲେ। ଶବ ଦାହ ପାଇଁ ଧାଡି ବାନ୍ଧିବାକୁ ପଡିଥିଲା।

ଏହାକୁ ନେଇ ସ୍ୱର୍ଗଦ୍ୱାରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ସନ୍ଧ୍ୟା ୫ଟାରେ ପହଞ୍ଚିଲା କାଠ, କିନ୍ତୁ ସବୁ ଓଦା ଲଘୁଚାପ ଜନିତ ବର୍ଷା ଯୋଗୁଁ କାଠ ଗାଡ଼ି ରାସ୍ତାରେ ଫସି ରହିଥିଲା। ଯେଉଁ କାଠ ସକାଳୁ ଆସିବା କଥା ତାହା ସନ୍ଧ୍ୟା ୫ଟାରେ ପହଞ୍ଚିଲା। ଆସିଥିବା କାଠ ସମ୍ପୂର୍ଣ୍ଣ ଓଦା ଥିବାରୁ ଶବ ପୋଡିବାରେ ବାଧା ହେଉଛି। ଗୋଟିଏ ଶବ ପିଛା ୧ କୁଇଣ୍ଟାଲ ୫୦ କିଲୋ କାଠ ଲାଗୁଥିବା ବେଳେ ଓଦା କାଠ ଯୋଗୁଁ ଅଞ୍ଚଳ ଧୂଆଁମୟ ହୋଇଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button