ରାଜ୍ୟ

ଚର୍ଚ୍ଚିତ ନାଁ; ଅଜଣା କାହାଣୀ : ରାଣୀଙ୍କ ନାଁରେ ୧୯ ଗାଁ ,ରାଧାଗୋବିନ୍ଦପୁରରୁ ରାଧାକୃଷ୍ଣପୁର…

କେଉଁ ଗାଁର ନାଁ ଶୁଣିଲେ କୌତୂହଳ ଜାଗେ ତ ଆଉ କେଉଁ ଗାଁର ନାଁ ଲାଗେ କିଛିମାତ୍ରାରେ ଅଜବ । କିନ୍ତୁ ସବୁ ନାମ ପଛରେ ରହିଛି କିଛି ନା କିଛି ଇତିହାସ । କଟକ ଜିଲ୍ଲାରେ ଏମିତି ଅନେକ ଗାଁ ରହିଛି ଯାହାର ନିଆରା ନାମକରଣ ପଛରେ ରହିଛି ରୋଚକ ଲୋକକଥା, ପରମ୍ପରା ଓ ସଂସ୍କୃତିର କାହାଣୀ । ନାମ ଶୁଣି କମିକିଯିବେ, କିନ୍ତୁ ଏହାପଛରେ କାହାଣୀ ଜାଣିଲେ ଇତିହାସ ସହ ଯୋଡ଼ି ହୋଇଯିବେ । କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଏମିତି କିଛି ଗାଁର ନାମକରଣକୁ ନେଇ ଏହି ସ୍ବତନ୍ତ୍ର ରିପୋର୍ଟ…

ରିପୋର୍ଟରେ, ପତିତପାବନ ରାଉତ , ଅଜୟ ପଣ୍ଡା , ହୃଷିକେଷ ମଲ୍ଲିକ , ଅଶୋକ ଦାଶ, ଗିରିଜା ମିଶ୍ର ,ପ୍ରିୟଦର୍ଶିନୀ ସାହୁ

ଭୁବନେଶ୍ବର,୨୮\୧୧: ଗାଁର ନାଁରେ ଲୁଚିରହିଛି ପାଟରାଣୀଙ୍କ ପରିଚୟ । ରାଜତନ୍ତ୍ରର ସ୍ମୃତିକୁ ଆଜି ବି ବହନ କରୁଛି ଆଠଗଡ଼ ମାଟିର ୧୯ଟି ଗାଁ । ସମୟ ଥିଲା ଆଠଗଡ଼ରେ ରାଜାରାଜୁଡ଼ାଙ୍କ ଶାସନ ସମୟରେ ନୂଆ ଗାଁ ବା ଜନବସତି ପ୍ରତିଷ୍ଠା ହେଲେ ତାହାର ନାମକରଣରେ ରାଜାରାଣୀଙ୍କ ନାମକୁ ଯୋଡ଼ା ଯାଉଥିଲା । ନୂଆ ଗାଁରେ ଠାକୁରଙ୍କ ପ୍ରତିଷ୍ଠା ସହ ତାଙ୍କ ନୀତିକାନ୍ତି ପାଇଁ ଜମିବାଡ଼ି ଖଞ୍ଜା ଦେବାର ପରମ୍ପରା ମଧ୍ୟ ରହିଥିଲା । ଆଠଗଡ଼ର ରାଜା ବିଶ୍ୱନାଥ ଦେବବର୍ମନଙ୍କ ପତ୍ନୀ ପାଟରାଣୀ ରାଧାପ୍ରିୟା ଦେବୀ ପାଟ ମହାଦେଈଙ୍କ ନାମରେ ଏହି ଅଞ୍ଚଳରେ ଅନେକ ଗାଁର ନାମକରଣ କରାଯାଇଥିବା ସୂଚନା ଦିଅନ୍ତି ଆଠଗଡ଼ ସଂସ୍କୃତିର ଗବେଷକ ତଥା ବରିଷ୍ଠ ସଂକୀର୍ତ୍ତନ ଗାୟକ ଗୁରୁ ଅଜୟ କୁମାର ଦାସ ।

ତାଙ୍କ ସୂଚନା ଅନୁସାରେ, ରାଣୀ ଅତ୍ୟନ୍ତ ଧାର୍ମିକ ଓ ଭକ୍ତିପରାୟଣା ଥିଲେ । ତାଙ୍କ ସମୟରେ ନୂଆ ଗାଁ ତିଆରି କରାଗଲାବେଳେ ତାର ନାମକରଣ ରାଣୀଙ୍କ ନାମ ସହ ଯୋଡ଼ାଯାଇ କରାଯାଉଥିଲା । ସେହି ଗାଁର ଠାକୁରଙ୍କ ଦୈନନ୍ଦିନ ପୂଜାନୀତି ଓ ଉତ୍ସବ ପାଳନ ପାଇଁ ଜମିବାଡ଼ି ଖଞ୍ଜା ଦିଆଯାଉଥିଲା । ଫଳରେ ଗାଁର ନାମ ସହ ରାଜପରିବାରର ସ୍ମୃତି ଓ ଧାର୍ମିକ ପରମ୍ପରା ଯୋଡ଼ି ହୋଇ ରହିଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button