ରାଜ୍ୟ

ପୁରୁଷ ବନ୍ଧୁ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ଚନ୍ଦ୍ରିକା, ଭଉଣୀ କହିଲେ- ନେଇସାରିଛନ୍ତି ୮ ଲକ୍ଷ ଟଙ୍କାର ଗିଫ୍ଟ

ଉଦଳା ୧୦।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ଖୋଲିଛି ଆଉ ଏକ ଫର୍ଦ୍ଦ । ପୁରୁଷ ବନ୍ଧୁ ମୋ ଭଉଣୀ ପାଖରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ନେଇ ସାରିଛି । ଏମିତି କହିଛନ୍ତି ଚନ୍ଦ୍ରିକାଙ୍କ ମାମୁ ଝିଅ ଭଉଣୀ । ଯେତେବେଳେ ଯାହା କହିଛନ୍ତି ଭଉଣୀ କିଣି ଦେଇଛନ୍ତି । ସେହି ଭଲ ପାଇବା ପାଇଁ ଆଜି ମୋ ଭଉଣୀର ଜୀବନ ଯାଇଛି । ତେଣୁ ସେ ବି ସେହି ପୋଲ ଉପରୁ ଡେଇଁ ଜୀବନ ଦେଇ ନିଜ ଭଲ ପାଇବା ଜଣାନ୍ତୁ ବୋଲି କହି ମୃତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କୁ ଆହ୍ୱାନ ଦେଇଛନ୍ତି ତାଙ୍କ ଭଉଣୀ ।

ପୁରୁଷ ବନ୍ଧୁଙ୍କ ଛୋଟ ଠାରୁ ବଡ଼ ଇଚ୍ଛା ପୂରଣ କରୁଥିଲେ । ଏପରିକି ସାର୍ଟ, ଜୋତା ଠାରୁ ଆରମ୍ଭ କରି ସମସ୍ତ ଜିନିଷ କିଣି ଦେବା ପାଇଁ ଚନ୍ଦ୍ରିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ କହୁଥିଲେ । ବାପା-ମାଆଙ୍କ ନିକଟରୁ ଯାଉଥିବା ସବୁ ଟଙ୍କା ସେ ପୁରୁଷ ବନ୍ଧୁଙ୍କ ପଛରେ ଖର୍ଚ୍ଚ କରୁଥିଲେ ।

ତେବେ ଘଟଣାର ୬ ଦିନ ପରେ ମଧ୍ୟ ପୋଲିସ ତାଙ୍କୁ କାହିଁକି ଧରି ପାରିନାହିଁ। ଯଦି ପୁରୁଷ ବନ୍ଧୁ ମୋ ଭଉଣୀଙ୍କୁ ମାରି ନାହାନ୍ତି ତେବେ ଲୁଚୁଛନ୍ତି କ’ଣ ପାଇଁ । ପୋଲିସ ଯଦି ନ ଧରି ପାରୁଛି ଏବଂ ଯଦି ସେ ବେଲ୍ ନିଅନ୍ତି ହେଲେ ବି ମୁଁ ତାଙ୍କୁ ଛାଡ଼ିବି ନାହିଁ । ମୋ ସାମ୍ନାକୁ ଆସନ୍ତୁ ବୋଲି କହିଛନ୍ତି ଚନ୍ଦ୍ରିକାଙ୍କ ଭଉଣୀ ।

ଭଉଣୀ ବାହାଘର ୧୦ ଦିନ ଆଗରୁ ଆସିବା ପାଇଁ ଭଉଣୀ କହିଥିଲା, ହେଲେ ମୁଁ ଆଜି ତା ଶୁଦ୍ଧିକ୍ରିୟାରେ ଘରକୁ ଆସିଛି ବୋଲି ସେ କହିଛନ୍ତି। ଏହା ସହିତ ପୋଲିସ ତାଙ୍କୁ ଛାଡି ଦେଇପାରେ ହେଲେ ମୁଁ କେବେ ଛାଡିବିନି ବୋଲି ସେ କହିଛନ୍ତି ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button