ରାଜ୍ୟ

Dead: ଭୁବନେଶ୍ବରରେ ଯୁକ୍ତ ୨ ଛାତ୍ରର ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର

ରାଜଧାନୀ ଭୁବନେଶ୍ବରରେ ଜଣେ ଯୁକ୍ତ ୨ ଛାତ୍ରର ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଦେବେନ୍ଦ୍ର କୁମାର ପ୍ରଧାନ (୧୭)। ସେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବଲଣ୍ଡା ଗ୍ରାମର ବୋଲି ଜଣାପଡ଼ିଛି।

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣେ ଯୁକ୍ତ ୨ ଛାତ୍ରର ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଦେବେନ୍ଦ୍ର କୁମାର ପ୍ରଧାନ (୧୭)। ସେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବଲଣ୍ଡା ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଦେବେନ୍ଦ୍ର କୁମାର ପ୍ରଧାନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ରେସିଡେନ୍ସିଆଲ ସ୍କୁଲରେ ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନରେ ପଢୁଥିଲେ। ଆଜି ସକାଳୁ ହଠାତ ସ୍କୁଲରୁ ଫୋନ୍‌ ଆସିଥିଲା ପୁଅ ଦେହ ଗୁରୁତର ଏବଂ ତୁରନ୍ତ ଆସନ୍ତୁ ବୋଲି କୁହାଯାଇଥିଲା। ଆଉ ତାର କିଛି ସମୟ ପରେ ପୁଣି ଫୋନ୍‌ କରି ଜଣେଇଲେ ପୁଅ ଆଉ ନାହିଁ।

ପରିବାର ଲୋକ ପହଞ୍ଚି ପୁଅକୁ ଦେଖି ସ୍କୁଲ୍‌ରେ ପିଟିପିଟି ମାରି ଦେଇଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୁଅ ଗତକାଲି ଘର ଲୋକଙ୍କ ସହ ଭଲରେ କଥା ହେଇଥିଲା।ହେଲେ ଆଜି ହଠାତ ତାର ମୃତ୍ୟୁକୁ ଗ୍ରହଣ କରି ପାରିନାହାନ୍ତି। ପରିବାର ଲୋକ ମୁହଁ ନାକରୁ ରକ୍ତ ବାହାରୁଥିବା କାରଣରୁ ତାକୁ ପିଟି ପିଟି ମାରିଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button