ରାଜ୍ୟ

Accident Breaking: କଟକ-ସାଲେପୁର ରାସ୍ତାରେ ଦୁଇ ସ୍କୁଟି ଧକ୍କା, ୩ ଯୁବକଙ୍କୁ ଏସ୍‌ସିବି ସ୍ଥାନାନ୍ତର

ସାଲେପୁର, ୨୮/୧୧: କଟକ-ସାଲେପୁର ରାସ୍ତାର ଖରାଖିଆ ଛକ ନିକଟରେ ଦୁଇଟି ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତକୁଙ୍କ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗୋଟିଏ ସ୍କୁଟିରେ ୱେଲଡିଂ ମେସିନ୍ ନେଇ ଜଣେ ଯୁବକ ସାଲେପୁର ଆସୁଥିବା ବେଳେ ଅନ୍ୟ ଏକ ସ୍କୁଟିରେ ଦୁଇ ଜଣ ଯୁବକ ସାଲେପୁରରୁ ପାଗା ଫେରୁଥିଲେ। ଏହି ସମୟରେ ଖରାଖିଆ ଛକ ନିକଟରେ ଦୁଇ ସ୍କୁଟି ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା ।  ଫଳରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ଜଣେ ସାଲେପୁରର ରୋଧପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପୁରୁଷୋତ୍ତମପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପାଗା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ସ୍କୁଟି ଜବତ କରିଛି । ଏଥିସହ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button