ରାଜ୍ୟ

Delimitation Bill: ପରିସୀମନ ଓ ମହିଳା ସଂରକ୍ଷଣ ବିଲ୍ କୁ ବିରୋଧ, ବଳ ଗୋଟାଇବାରେ ବ୍ୟସ୍ତ କଂଗ୍ରେସ; DMK, ଆପ୍ ଏବଂ ବିଜେଡି ଉପରେ ନଜର

ଭୁବନେଶ୍ବର, ୨୮/୧୧: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ପରିସୀମନ ଓ ମହିଳା ସଂରକ୍ଷଣ ବିଲ୍ କୁ ନେଇ ରାଜନୀତି ସରଗରମ ହୋଇଛି । କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରି ଦେବା ପରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଆଜି ସକାଳେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଖଡ଼ଗେଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ‘ଇଣ୍ଡିଆ’ ବ୍ଲକ୍ ର ସହଯୋଗୀ ଦଳଗୁଡ଼ିକ ସହ ମେଣ୍ଟ ବାହାରେ ଥିବା DMK, ଆପ୍ ଏବଂ ବିଜେଡି ଭଳି ଦଳର ସଂସଦୀୟ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ମହିଳା ସଂରକ୍ଷଣକୁ ପରିସୀମନ ସହ ନଯୋଡ଼ି ବର୍ତ୍ତମାନର ୫୪୩ ଲୋକସଭା ଆସନ ଆଧାରରେ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଉ ଏବଂ ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟମାନଙ୍କ ମଧ୍ୟରେ ଆସନ ଅନୁପାତ ଅପରିବର୍ତ୍ତିତ ରହୁ । ଡିଏମ୍ କେ ମୁଖ୍ୟ ଏମ୍.କେ. ଷ୍ଟାଲିନ୍ ଙ୍କ ଆଭିମୁଖ୍ୟ ଉପରେ ନଜର ରହିଛି । ସେପଟେ NCP -ଶରଦ ପାୱାର ଗୋଷ୍ଠୀ ବିଲ୍ କୁ ସମର୍ଥନ ଦେବା ନେଇ ସଙ୍କେତ ଦେଇଥିବା ବେଳେ ବିଜେଡି ଓ ଅନ୍ୟ ଦଳଗୁଡ଼ିକର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ଗତକାଲି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ଦଳୀୟ ସାଂସଦଙ୍କ ଏକ ବୈଠକ ବସିଥିଲା । କଂଗ୍ରେସ ଏହି ବିଲ୍ କୁ ବିରୋଧ କରିବ ଏବଂ ଇଣ୍ଡିଆ ବ୍ଲକ୍ ର ସହଯୋଗୀ ଦଳଗୁଡ଼ିକ ସହ ମିଶି ରଣନୀତି ପ୍ରସ୍ତୁତ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ କ’ଣ ରହିବ ବିଜେଡି ଷ୍ଟାଣ୍ଡ । NDA ନା INDIA ବ୍ଲକ୍ କାହା ପଟେ ରହିବ ଦଳ । ତାହା ଉପରେ ଏବେ ନଜର।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button