ରାଜ୍ୟ
Fire: କଟକ ସିଡିଏ ସେକ୍ଟର-୧୦ରେ ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ, ୪ଟି ସ୍ଥାନରେ ପିଏନ୍ଜି ପାଇପ୍ରୁ ଲିକ୍
କଟକ ସିଡିଏ ସେକ୍ଟର-୧୦ରେ ପିଏନ୍ଜି ପାଇପ୍ରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି। ୪ଟି ସ୍ଥାନରେ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି। ବିଡାନାସୀ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିବା ବେଳେ ପ୍ରାଥମିକ ସୂଚନା ଅନୁଯାୟୀ କୌଣସି କ୍ଷୟକ୍ଷତି ହୋଇନାହିଁ।

କଟକ ସିଡିଏ ସେକ୍ଟର-୧୦ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ । ପିଏନ୍ଜି ପାଇପ୍ରୁ ଗ୍ୟାସ୍ଲିକ୍ ହେବା ପରେ ଲାଗିଥିଲା ନିଆଁ । ଗୋଟିଏ କି ଦୁଇଟି ନୁହେଁ, ବରଂ ୪ଟି ସ୍ଥାନରେ ପିଏନ୍ଜି ପାଇପ୍ ମାଧ୍ୟମରେ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ବିଡାନାସୀ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ।
କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
ଅଗ୍ନିଶମ କର୍ମଚାରୀମାନେ ତ୍ୱରିତ ପଦକ୍ଷେପ ନେଇ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ସୂଚନା ମିଳିଛି । ପିଏନ୍ଜି ପାଇପ୍ରୁ ଏକାଧିକ ସ୍ଥାନରେ ଗ୍ୟାସ୍ ଲିକ୍ ହେବା ଘଟଣାକୁ ନେଇ ଏବେ ସତର୍କତା ଜରୁରୀ। ତେବେ ଗ୍ୟାସ୍ ଲିକ୍ର ପ୍ରକୃତ କାରଣ କ’ଣ, ସେନେଇ ବିସ୍ତୃତ ତଥ୍ୟ ମିଳିନାହିଁ ।
ସୌଜନ୍ୟ ସମ୍ବାଦ




