Japan: ଜାପାନର ତତ୍ତୋରି ସହ ହେବ ମୈତ୍ରୀ ଚୁକ୍ତି ନଭେମ୍ବରରେ ଆସିବେ ତତ୍ତୋରି ରାଜ୍ୟପାଳ
ଓଡ଼ିଶା ସରକାର ଜାପାନର ତତ୍ତୋରି ପ୍ରଦେଶ ସହ ଏକ ମୈତ୍ରୀ ଚୁକ୍ତି ସ୍ବାକ୍ଷର କରିବା ଉପରେ ବିଚାର କରୁଛନ୍ତି। ତତ୍ତୋରିର ମୁଖ୍ୟ ସଚିବ ତୋଶିକି ଏଣ୍ଡୋଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଆସିଥିବା ୧୩ ଜଣିଆ ପ୍ରତିନିଧି ଦଳ ସହ ମୁଖ୍ୟ ସଚିବ ଅନୁ ଗର୍ଗ ଏକ ବୈଠକରେ ଆଲୋଚନା କରିଥିଲେ।

ଭୁବନେଶ୍ବର: ଓଡ଼ିଶା ସରକାର ଜାପାନର ତତ୍ତୋରି ପ୍ରଦେଶ ସହ ଏକ ମୈତ୍ରୀ ଚୁକ୍ତି ସ୍ବାକ୍ଷର କରିବା ଉପରେ ବିଚାର କରୁଛନ୍ତି। ତତ୍ତୋରିର ମୁଖ୍ୟ ସଚିବ ତୋଶିକି ଏଣ୍ଡୋଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଆସିଥିବା ୧୩ ଜଣିଆ ପ୍ରତିନିଧି ଦଳ ସହ ମୁଖ୍ୟ ସଚିବ ଅନୁ ଗର୍ଗ ଏକ ବୈଠକରେ ଆଲୋଚନା କରିଥିଲେ। ଏହି ପ୍ରସ୍ତାବିତ ସହଯୋଗ ଅଧୀନରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବ୍ୟବସାୟ, ଦକ୍ଷ ମାନବ ସମ୍ବଳ ଆଦାନପ୍ରଦାନ, ରୋଜଗାର ସୁଯୋଗ ସୃଷ୍ଟି , ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ, ପର୍ଯ୍ୟଟନ, ଶିକ୍ଷାଗତ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ପଦକ୍ଷେପ ନିଆଯିବ। ସେହି ପ୍ରସ୍ତାବକୁ ତତ୍ତୋରିର ମୁଖ୍ୟ ସଚିବ ସ୍ବାଗତ କରିଥିଲେ। ଶିଳ୍ପ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି ଓ ମାନବ ସମ୍ବଳ କ୍ଷେତ୍ରରେ ଓଡ଼ିଶା ସହ ଦୀର୍ଘମିଆଦି ସହଯୋଗ ସ୍ଥାପନ ପ୍ରତି ସେ ଆଗ୍ରହ ପ୍ରକାଶ କରିଥିଲେ। ଆସନ୍ତା ନଭେମ୍ବରରେ ତତ୍ତୋରିର ରାଜ୍ୟପାଳ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଥିବା ସେ ଜଣାଇଥିଲେ।
ସୌଜନ୍ୟ ସମ୍ବାଦ




